ଲାଉଗୁଡ଼ାରେ ପାନୀୟ ଜଳ ସଙ୍କଟ ; ଚିନ୍ତାରେ ଲୋକେ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନଳକୂପରୁ ଦୂଷିତ ପାଣି ବାହାରିବା ଯୋଗୁଁ, ବିଶୁଦ୍ଧ ପାନୀୟ ଜଳ ପାଇବାକୁ ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ । ଏହି ସମସ୍ୟା ଦେଖାଦେଇଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଲାଉଗୁଡ଼ା ଗ୍ରାମର ନାୟକ ସାହିରେ। ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ନଳକୂପରୁ ଖରାପ ପାଣି ବାହାରୁଛି ଯାହାକି ବ୍ୟବହାର ପାଇଁ ଅନୁପଯୁକ୍ତ। ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ସମସ୍ୟା ବ୍ଲକ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ମରାମତି ହୋଇ ପାରୁ ନାହିଁ । ବିଭାଗୀୟ ଯନ୍ତ୍ରୀ ଜୟ ପ୍ରକାଶ ମିଶ୍ର କ୍ଷେତ୍ର ପରିଦର୍ଶନ ସମୟରେ ଏ ବିଷୟରେ ଅବଗତ କରାଇବା ପରେ ମେସିନ ଆଣି ସଫା କରାଯିବ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ଯନ୍ତ୍ରୀ ମିଶ୍ରଙ୍କ ପ୍ରତିଶ୍ରୁତି କେବଳ ଆଶ୍ଵାସନାରେ ରହିଗଲା ବୋଲି ସ୍ଥାନୀୟ ଲୋକ ନିରାଶ ହୋଇ ଦୂରବର୍ତ୍ତୀ ନଳକୂପରୁ ପାଣି ଆଣିବାକୁ ଯାଉଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ବ୍ଲକର ଅନେକ ଗ୍ରାମରେ ପାନୀୟ ଜଳ ସମସ୍ୟା କୁ ସମାଧାନ କରିବାରେ ଯନ୍ତ୍ରୀ ବ୍ୟସ୍ତତା ଭିତରେ ରହୁଥିବେ କିମ୍ବା ଦେଇଥିବା ପ୍ରତିଶୃତିକୁ ବ୍ୟସ୍ତତା ଭିତରେ ଭୂଲି ଯାଇଥିବେ ବୋଲି ଗ୍ରାମବାସୀ ଅତି ଦୁଃଖର ସହ କ୍ଷେଭ ପ୍ରକାଶ କରୁଛନ୍ତି! ବ୍ଲକ ପ୍ରଶାସନ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଗ୍ରାମବାସୀ ଗୁହାରି କରିଛନ୍ତି।