ଯୋଗଦେଲେ ସାଂସଦ ଙ୍କ ସମେତ ସମସ୍ତ ଅଧିକାରୀ
କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ ( ମଧୁସୂଦନ ଠାକୁର) : ପହଲଗାମ ଆତଙ୍କୀ ହମଲା ର ବୀରତ୍ୱର ସହିତ ଜବାବ ଦେଇଛନ୍ତି ଭାରତୀୟ ଯବାନ । ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୁର ଅଭିଯାନ ରେ ଭାରତୀୟ ସେନା ର ମନୋବଳ , ପରାକ୍ରମ ଓ ବୀରତ୍ୱ ଙ୍କୁ ସମ୍ମାନ ଜଣାଇ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ରେ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା କେସିଙ୍ଗା ବିରିଙ୍ଗ ପଦର ଠାରୁ ସହର ମଧ୍ୟ ଦେଇ କୁର୍ଲୁପଡା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଭାରତବର୍ଷ ର କୋଣ ଅନୁକୋଣ ରେ ଏହି ବିଜୟ ଯାତ୍ରା ପାଳନ କରୁଛି ଦେଶ। ସୀମାରେ ଲଢ଼ୁଥିବା ସୈନିକଙ୍କ ମନୋବଳ ବଢାଇବା ଉଦ୍ଦେଶ୍ୟ ରେ କେସିଙ୍ଗା ତ୍ରିରଙ୍ଗା ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ସିଂଦେଓ, ପୂର୍ବତନ ସାଂସଦ ଅର୍କକେଶରି ଦେଓ,କେସିଙ୍ଗା ନଗରପାଲ ନୃପରାଜ ଯାଦବ,କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ବିଜେପି ସଭାପତି ପିଙ୍କୁ ପରିଡ଼ା, ପୂର୍ବତନ ସଭାପତି ମଗନ ସିନ୍ଦୂର, ପ୍ରଶାନ୍ତ ବାନାର୍ଜୀ, ପୂର୍ବତନ ବିଜେଡି ଟାଉନ ସଭାପତି ରମେଶ ଚନ୍ଦ୍ର ପଟ୍ଟନାୟକ,ସଞ୍ଜୟ ଜୈନ, ଗୋବିନ୍ଦ ବନଛୋର, ଜିଲ୍ଲା ସହଯୋଗୀ ସନ୍ତୋଷ ଦାସ, ସିଲୁ ପରିଡ଼ା, ପ୍ରିତେସ ପଟେଲ, ବିମଳା ବାଗ, ବଜରଙ୍ଗ ଜୈନ, କୈଳାଶ ଜୈନ, ରଶ୍ମି ମିଶ୍ର, ସୁନୀଲ ଜୈନ ପ୍ରମୁଖ ଉପସ୍ଥିତ ଥିବା ବେଳେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ,କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ,କେସିଙ୍ଗା ଆଦର୍ଶ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ପ୍ରମୁଖ ତିରଙ୍ଗା ଯାତ୍ରା ରେ ସାମିଲ ହୋଇ ନିଜର ଉପସ୍ଥିତି ଜାହିର କରିଥିଲେ।