ପରିତ୍ୟକ୍ତ କୂଅରୁ ଯୁବକଙ୍କୁ ଉଦ୍ଧାର କଳା ଅଗ୍ନିଶମ ବିଭାଗ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ଆମପାଣି ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତିଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର ବ୍ୟକ୍ତି ଜଣକ ହେଲେ କୁନୁ ପରାଭୋଇ। ସେ’ କୂଅ ଭିତରେ ପଡିଯାଇ ଚିତ୍କାର କରୁଥିଲେ। ସ୍ଥାନୀୟ ଲୋକେ ଚିତ୍କାର ଶୁଣି ତୁରନ୍ତ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। ବର୍ତ୍ତମାନ ଉକ୍ତ ବ୍ୟକ୍ତି ଜଣକଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘ, ସୁନୀଲ ରଞ୍ଜନ ବାରଲା, ରାଧେଶ୍ୟାମ ପ୍ରଧାନୀ, ହେମନ୍ତ ନାଏକ, ସତ୍ୟମ ସିଂ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।