୧୫ ବର୍ଷରୁ କମ୍ ଆନ୍ତଃଜିଲ୍ଲା ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଖେଳାଳୀଙ୍କ କୋଚିଂ କେମ୍ପ ଆରମ୍ଭ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ସ୍ଥାନୀୟ ଷ୍ଟାଡିୟମ୍ଠାରେ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ କ୍ରୀଡା ନିମନ୍ତେ ୪୦ ଜଣ ଖେଳାଳିଙ୍କୁ ନେଇ ଏକ କୋଚିଂ କେଂପ୍ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ ଯେ’ ଉମରକୋଟ ଠାରେ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଲିଗ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଚୟନ ହୋଇଥିବା ୪୦ ଜଣକୁ ନେଇ କୋଚିଂ କେମ୍ପ୍ ଆରମ୍ଭ ହୋଇଯାଇଛି। ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ମୁଖ୍ୟ ଅତଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କୋଚିଂ କେମ୍ପ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ପାତ୍ର, ସନ୍ତୋଷ ଟ୍ରଫି ଖେଳାଳୀ ତଥା ପ୍ରାକ୍ତନ ଫୁଟବଲ୍ ଖେଳାଳୀ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କୋଚିଂ କେମ୍ପରେ ବରିଷ୍ଠ ପ୍ରାକ୍ତନ ଫୁଟବଲ୍ ଖେଳାଳୀ ଦୂର୍ଯ୍ୟ ହରିଜନ, ଫିରଜ୍ ହିଆଲ, ଲାଲୁ ହରିଜନ ଏବଂ ରଇଲା ଭତରା କ୍ରୀଡାବିତ୍ ମାନଙ୍କୁ ଫୁଟବଲ୍ ସମ୍ପର୍କିତ ବିଭିନ୍ନ କୌଶଳ ପ୍ରଶିକ୍ଷଣ ଦେବେ। ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଦିବା ୬ ଘଣ୍ଟା ୩୦ ମିନିଟ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଉଛି । ସୂଚନା ଯୋଗ୍ୟ ଯେ ସପ୍ତାହ ବ୍ୟାପି ଉକ୍ତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ଏବଂ ପରିଶେଷରେ ଏକ ୨୨ ଜଣିଆ ନବରଙ୍ଗପୁର ଜିଲ୍ଲା ଦଳ ଘୋଷଣା ହେବ ଏବଂ ଉକ୍ତ ଦଳ ବ୍ରହ୍ମପୁର ଠାରେ ଗଞ୍ଜାମ ଏବଂ କୋରାପୁଟ ଜିଲ୍ଲା ଦଳ ସହ ଖେଳିବେ। ସଂଘର କ୍ରିକେଟ ସମ୍ପାଦକ ଅଶୋକ ନାୟକ, ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।