ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗପଦର ପଞ୍ଚାୟତ ମଉସୀମା ମନ୍ଦିର କଲୋନୀ ବାସୀଙ୍କୁ ମେଗା ପାନୀୟଜଳ ପ୍ରକଳ୍ପ ପାଣି ଏଯାବତ ମିଳିପାରିନାହିଁ। ଯାହାକୁ ନେଇ ଉକ୍ତ କଲୋନୀ ମହିଳା ମାନେ ଲମତାଗୁଡା ସ୍ଥିତ ପ୍ରକଳ୍ପ ମୁଖ୍ୟ କାର୍ଯ୍ୟାଳୟ ଫାଟକ ଅବରୋଧ କରିବା ସହ ଧାରଣା ଦେଇଥିଲେ। ମଉସୀମା ମନ୍ଦିର କଲୋନୀ ବାସୀ ବର୍ଷ ବର୍ଷ ଧରି ପନୀୟଜଳ ପାଇଁ ହନ୍ତସନ୍ତ ହେଉଛୁ କିନ୍ତୁ ଦୀର୍ଘ ଦିନରୁ ପାଣି ଯୋଗାଇଦେବା ପାଇଁ ଦାବି କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ରୁ ବାଧ୍ୟ ହୋଇ ଧାରଣା ଦେଇଥିବା କହିଥିଲେ ମହିଳା ମାନେ। ସରକାର ପ୍ରତି ପରିବାର ପାଖରେ ପାଣି ପହଞ୍ଚାଇବା ପାଇଁ ମେଗା ପ୍ରକଳ୍ପ କରିଛନ୍ତି। କିନ୍ତୁ ସେଥିରୁ ଆମ୍ଭକୁ ବଞ୍ଚିତ କରାଯାଇଛି କହି ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଣି ସମସ୍ୟା ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ତାହା ମଧ୍ୟ ସମାଧାନ କରାଯାଇନାହିଁ। ଦିଆଯାଇଥିବା ସମୟ ସୀମା ମଧ୍ୟରେ ପାଣି ସମସ୍ୟାର ସମାଧାନ କରା ନଗଲେ ଯେକୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି ମଉସୀମା ମନ୍ଦିର ବାସୀ । ଏହି ଖବର ଶୁଣି ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନୟନ ଅଧିକାରୀ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ସହକାରୀ ଯନ୍ତ୍ରି ଏବଂ ବିଭାଗୀୟ ଯନ୍ତ୍ରିଙ୍କୁ ବୁଝାସୁଝା ପାଇଁ ଘଟଣା ସ୍ଥଳକୁ ପଠାଇଥିଲେ। ଦୀର୍ଘ ୪ ଘଣ୍ଟା ଧରି ମହିଳା ମାନେ ଧାରଣା ଦେଇଥିଲେ। ଜୁନ ଶେଶ ସୁଦ୍ଧା ପାଣି ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ପତିଶ୍ରୁତି ଦେଇଥିଲେ। ଏହା ପରେ ମହିଳା ମାନେ ଉକ୍ତସ୍ଥାନ ରୁ ଫେରିଥିବା ବେଳେ ପତିଶ୍ରୁତି ଦେଇଥିବା ଉକ୍ତ ସମୟସୀମା ମଧ୍ୟରେ ମେଗା ପ୍ରକଳ୍ପ ଜଳ ନପହଁଚିଲେ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତାରେ ଧାରଣା ଦେବା ପାଇଁ ଚେତାବନୀ ଦେବାସହ ତୁରନ୍ତ ପନୀୟଜଳ ଯୋଗାଇଦେବା ପାଇଁ ମହିଳାମାନେ ଦାବି କରିଛନ୍ତି।