ହନୁମାନ କ୍ଲବ ପକ୍ଷରୁ ଦଶମ ପରୀକ୍ଷାରେ କୃତ ଛାତ୍ରଙ୍କୁ ସମ୍ବର୍ଦ୍ଧନା

କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମଶ୍ରେଣୀ ପରୀକ୍ଷାରେ ୯୩ ପ୍ରତିଶତ ରଖି କୃତ କାର୍ଯ୍ୟ ହାସଲ କରିଥିବାରୁ ଛାତ୍ରଙ୍କୁ ହନୁମାନ କ୍ଳବ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ଦିଆଯାଇଛି। କଲ୍ୟାଣ ସିଂହପୁର ବ୍ଲକ ଏକ ପାହାଡ଼ ଘେରା ଦୃଗମ ଅଞ୍ଚଳ ହୋଇଥିବାରୁ ବିନା ଟିଉସନ ନେଇ ନିଜ ପରିଶ୍ରମ ବଳରେ ଗୌଡ଼ସାହି ନିବାସୀ ଦାମଦର ସାହୁ ଓ ପ୍ରସାଦିନୀ ସାହୁଙ୍କ ପୁଅ ସୌରବ ସାହୁ ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ବ୍ଳକ, ନିଜ ଗାଁ, ବିଦ୍ୟାଳୟର ଗୈାରବ ଅର୍ଜୁନ କରିଛନ୍ତି।  ସୌରବ କହିଛନ୍ତି ଯେ’ ବାପା ମାଁଙ୍କ ଆଶ୍ରିବାଦ,  ନିଜର ପରିଶ୍ରମ ବଳରେ ସେ ସଫଳ ହୋଇଥିବା ବେଳେ ଭବିଷ୍ୟତରେ ଉଚ୍ଛକୋଟିର ପରିଶ୍ରମ କରି ଭଲ ଡାକ୍ତର ହେବା ପାଇ ମନସ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜ ସେବୀ କୃଷ୍ଣ ସାମଲ, କ୍ଲବ ଉପ-ସଭାପତି ଡୁବା ପାଢ଼ୀ, ବୁନା ପାଢ଼ୀ, କିରଣ କୁମାର, ଏବଂ ବହୁ ସଦସ୍ୟ ଉପସ୍ଥିତ ରହିଥିଲେ।