ବ୍ଲକ ବିକାଶ ସାମୁଖ୍ୟ ବୈଠକ ଅନୁଷ୍ଠିତ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ସଦର ପଞ୍ଚାୟତ ବୁରାଟ ସେବା ଜଗତ ସଭାଗୃହଠାରେ ବ୍ଲକ ବିକାଶ ସାମୁଖ୍ୟ ବୈଠକ ସ୍ବେଚ୍ଛାସେବୀ ସଂଗଠନ ସେବା ଜଗତ ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ତହସିଲଦାର ସୁଧାକର ରହିତା, ସମ୍ମାନିତ ଅତିଥି ଭାବେ ଏସିଏଫ ତଥା ମ. ରାମପୁର ରେଞ୍ଜର ଅଧିକାରୀ ଅତିସ ଦାସ ଏବିଭିଓ ଡଃ ଦିବ୍ୟ ରଞ୍ଜନ ଲେଙ୍କା, ଏପପିସିଏଲ ଶ୍ରୀକାନ୍ତ ହୋତା ଯୋଗ ଦେଇ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ ଉପରେ ଆଲୋଚନା ହୋଇଥିବା ବେଳେ ମହାଶକ୍ତି ଫାଉଣ୍ଡେସନ ର ଭାଗ୍ୟ ରାଉତ, ମମିତା ପୁଝାରୀ ମିଶନ ଶକ୍ତି ସଂଯୋଜକ ବିପିନ ବିହାରୀ ବାରିକ,ଉତେଇ ଭେଲି ଏଫପିସିଏଲ ପ୍ରକାଶ କୁମାର ତ୍ରିପାଠୀ, ମହେଶ୍ବେତା ସାହୁ, ସେବା ଜଗତ ର ପ୍ରଦୀପ ସାହୁ, ଶଙ୍କର ସୁନା, ଜାଇଲାଇଟାମୁ ମହିଳା ମହାସଂଘର ସାରଦା ମାଝୀ, କଳାହାଣ୍ଡି ମହାସଂଘର ବ୍ୟାସଦେବ ମାଝୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ କରିଥିଲେ।