ବେଙ୍ଗାଲୁରୁରେ ଓଡିଆ ଦାଦନ ଶ୍ରମିକ ମୃତ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ତରୁଣ ମାଝୀଙ୍କ ପୁଅ ତୁଳାରାମ ମାଝୀ (୨୫)ଙ୍କ ମୃତ୍ୟୁ ଘଟିଛି। ତୁଲାରାମ ବେଙ୍ଗାଳୁରୁର କାଡ଼ବା ଅଞ୍ଚଳର ଜଣେ ଠିକାଦାର ପାଖରେ କାମ କରୁଥିଲେ। ସେଠାରେ ସେ ଏକ କୋଠାରୁ ତଳେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୋମ‌ବାର ଏହା ଜଣାପଡ଼ିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକ ଶବ ଆଣିବାକୁ ବାଙ୍ଗାଲୁରୁ ଯାଇଥିବା ଜଣାଯାଇଛି।