କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କାର୍ଲାକଣା ଛକରେ ଭାରସାମ୍ୟ ହରାଇ ଓଲଟିଲା ମାକ୍ସପିକଅପ ଗାଡ଼ି। ଭୋର ସକାଳୁ କଲ୍ୟାଣସିଙ୍ଗପୁରରୁ ରାୟଗଡା ଅଭିମୁଖେ ଯାଉଥିଲା ଏହି ଗାଡ଼ିଟି ହଠାତ ଭାରସାମ୍ୟ ହରାଇ କାର୍ଲାକଣା ଛକ ନିକଟରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ମାକ୍ସପିକଅପ ଗାଡ଼ିରେ ଡ୍ରାଇଭର ସମେତ ୨ଜଣ ମୋଟ ତିନିଜଣ ବସି ଥିଲେ ବୋଲି ଜଣାପଡିଛି। ସେମାନଙ୍କୁ ସାମାନ୍ୟ ଆହତ ହେଇଥିବା ଅଞ୍ଚଳ ବାସିଠୁ ଶୁଣିବାକୁ ମିଳିଛି। ଅଞ୍ଚଳବାସି ଦେଇଥିବା ସୂଚନା ଅନୁଯାୟୀ କଲ୍ୟାଣ ସିଂପୁରର ଜଣେ ବ୍ୟବସାୟୀଙ୍କ ମ୍ୟାକ୍ସ ପିକ୍ ଅପ୍ ଭାନ ରାସନ୍ ଜିନିଷ ଆଣିବା ନିମନ୍ତେ ରାୟଗଡା ଅଭିମୁଖେ ଦୃତ ଗତିରେ ଯାଉଥିବାବେଳେ କର୍ଲକୋଣା ଛକର ଏକ ବୁଲାଣୀରେ ଗାଡ଼ିକୁ ଆୟତ୍ତ କରି ନପାରି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ଗ୍ରସ୍ତ ଗାଡିରେ ଚାଳକ ସମେତ ତିନି ଜଣ ସଦସ୍ୟ ଗାଡିରେ ବସିଥିଲେ, ତିନ ଜଣ ବ୍ୟକ୍ତିଙ୍କୁ ସାମାନ୍ୟ ଆଘାତ ଲାଗିଛି ବୋଲି ଶୁଣିବାକୁ ମିଳିଛି। ସେହି ଛକ ନିକଟରେ ଉକ୍ତ ଘଟଣା ସମୟରେ କୌଣଷି ଭାରି ଯାନ ଯାତାୟତ କରୁ ନ ଥିବା ଜଣାପଡିଛି।