ପ୍ରାପ୍ୟ ରାଶି ରେଡ଼କ୍ରସ ପାଣ୍ଠିକୁ ଦାନକଲେ ମୁରଲୀ କ୍ରିଷ୍ଣା

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ମ୍ୟୁନୁସିପାଲିଟି ପାଞ୍ଚ ନମ୍ୱର ୱାର୍ଡର କାଉନସିଲର ମୁରଲୀ କ୍ରିଷ୍ଣା ମାନବିକତା ଦେଖେଇଛନ୍ତି। ବିଗତ ତିନିବର୍ଷ ର ନବରଙ୍ଗପୁର ମ୍ୟୁନୁସିପାଲିଟି ଦ୍ୱାରା ପାଇଥିବା ନିଜର ପ୍ରାପ୍ୟ  ଟଙ୍କା ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ଦାନକଟିଛନ୍ତି। ଅନେକ ସମୟରେ ନିଜର ସମାଜସେବା ଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବରଙ୍ଗପୁର ମ୍ୟୁନୁସିପାଲିଟି ୫ ନମ୍ୱର ୱାର୍ଡ ର କାଉନସିଲର ମୁରଲୀ କ୍ରିଷ୍ଣା ଆଜି ନବରଙ୍ଗପୁର ମ୍ୟୁନୁସିପାଲିଟି କାର୍ଯ୍ୟାଳୟରେ ଚେୟାରମ୍ୟାନ କୁନୁ ନାୟକ ଓ କାର୍ଯ୍ୟନିର୍ବାହୀ ସମରେଶ ମହାନ୍ତିଙ୍କୁ ଭେଟି ୧୦ ହଜାର ଟଙ୍କା ଜିଲ୍ଲା ରେଡ଼କ୍ରସ ପାଣ୍ଠିକୁ ଦାନ କରିଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ମୁରଲୀ କ୍ରିଷ୍ଣା ଅନେକ ସାମାଜିକ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଜନସାଧାରଣରେ ପ୍ରଶଂସା କରାଯାଉଛି।