ମ.ରମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ବିଜେ ଶ୍ରୀ ରାମେଶ୍ବର ମହାଦେବ ବାବାଙ୍କ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ ବାଗଙ୍କ ସଭାପତିତ୍ବରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତଳ ଷଷ୍ଠୀ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କମିଟିର ସମ୍ପାଦକ ଶିବ ପ୍ରସାଦ ପଟ୍ଟନାୟକଙ୍କ ସ୍ବାଗତ ଭାଷଣ ପରେ ଗତ ଶିବରାତ୍ରିର ଆୟବ୍ୟୟ ବିବରଣୀ ପଠନ କରିଥିଲେ। ତାପରେ ଚଳିତ ବର୍ଷ ବିଜେ ଶ୍ରୀ ରାମେଶ୍ବର ମହାଦେବଙ୍କ ଶିବ ବିବାହ ତଥା ଶୀତଳ ଷଷ୍ଠୀ ପାଳନ ଉପରେ ଆଲୋଚନା ହୋଇଥିଲା। ଆଲୋଚନାରେ ପଣ୍ଡକାମାଲ ପଞ୍ଚାୟତ ତୁଜୁଙ୍ଗ ଗାଁର କନ୍ୟା ପିତା ଭାବେ ରୋହିତ କୁମାର ସାହୁ ଓ ବର ପିତା ଭାବେ ମ.ରାମପୁର ଗୈାଡ ପଡାର ନାରାୟଣ ସାହୁଙ୍କୁ ସର୍ବସମ୍ମତି କ୍ରମେ ପରିଚାଳନା କମିଟି ଚୟନ କରାଯାଇଥିବା କମିଟିର ସଭାପତି ଶ୍ରୀଯୁକ୍ତ ବାଗ ସୂଚନା ଦେଇଛନ୍ତି ।