ବାଇକ୍ ଦୁର୍ଘଟଣା ; ୨ ଯୁବକ ଗୁରୁତର

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ଆମପାଣି ଥାନା ସିଉନି ଠାରେ ଭାରସାମ୍ୟ ଏକ ହରାଇ ବାଇକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଆରୋହୀ ସହ ୨ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ କାଉଡୋଲା ଗ୍ରାମର ନିର୍ମଳ କର (୪୫) ଓ ଗୋବିନ୍ଦ ମାଝୀ (୩୦) ବୋଲି ଜଣାପଡ଼ିଛି। ନିର୍ମଳ ଓ ଗୋବିନ୍ଦ ଆମପାଣି ପଟୁ ନିଜ ଗାଁ କାଉଡୋଲାକୁ ବାଇକ ଯୋଗେ ଫେରୁଥିବା ସମୟରେ ୨୬ ନମ୍ବର ଜାତୀୟ ରାଜପଥର ସିଉନି ପାଖରେ ଭାରସାମ୍ୟ ହରାଇ ବାଇକରୁ ପଡିଯାଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କଲାପରେ ଗୁରୁତର ନିର୍ମଳ ଓ ଗୋବିନ୍ଦଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନ୍ତାତରିତ କରାଯାଇଥିବା ଜଣାପଡ଼ିଛି।