କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଇତି ମଧ୍ୟରେ ପ୍ରାୟ ସମସ୍ତ ପରୀକ୍ଷାର ରେଜଲ୍ଟ ବାହାରି ସାରିଛି।ଖୋଜା ଚାଲିଛି ନାମଲେଖା ପାଇଁ ଭଲଭଲ ଶିକ୍ଷାନୁଷ୍ଠାନ। ପ୍ରତ୍ୟେକ ଅଭିଭାବକ ନିଜ ପୁଅ ଝିଅର ଭବିଷ୍ୟତ ପାଇଁ ଦୌଡ଼ି ବୁଲୁଛନ୍ତି ଭଲ ଶିକ୍ଷାନୁଷ୍ଠାନ ଖୋଜିବାରେ, ଅଭିଭାବକ ଫିଜ କୁ ନଡରି ଭଲ ଶିକ୍ଷାନୁଷ୍ଠାନରେ ନିଜର ପୁଅ ଝିଅ ର ନାମଲେଖା ପାଇଁ ଚିନ୍ତିତ। ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ରେ ନାମ ଲେଖା ପାଇଁ କୋଟାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ସିଡୁଲକାଷ୍ଟ ପାଇଁ ୧୬.୨୫ ପ୍ରତିଶତ, ସିଡୁଲ ଟ୍ରାଇବ ପାଇଁ ୨୨.୫ ପ୍ରତିଶତ, ଏସଇବିସି ପାଇଁ ୧୧.୨୫ ପ୍ରତିଶତ, ବିକଳାଙ୍ଗ ମାନଙ୍କ ପାଇଁ ୫ ପ୍ରତିଶତ ଓ ଏକ୍ସସାରଭିସ ମାନଙ୍କ ପାଇଁ ୧ ପ୍ରତିଶତ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।