ଯୁକ୍ତ ଦୁଇ ପରୀକ୍ଷାରେ ଶ୍ରୀ ଏଜୁକେଶନ୍ର ସଫଳତା

ଆଶୁତୋଷ ୯୨.୫,%,ରାକେଶ ୯୦.୪%

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ମ,ରାମପୁର ବ୍ଲକ୍ ତୁଜୁଙ୍ଗ ଶ୍ରୀ ଏଜୁକେଶନ ର ଦୁଇ ଜଣ ଛାତ୍ର ୯୦% ରୁ ଉର୍ଦ୍ଧ୍ବ ରେ ରହିଛନ୍ତି ଏବଂ ପ୍ରଥମ ଶ୍ରେଣୀ ରେ ୧୦୩ ଜଣ ରହୁଛନ୍ତି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଏଜୁକେଶନ୍, ତୁଜୁଙ୍ଗ ଶହେ ପ୍ରତିଶତ ରେଜଲ୍ଟ ଦେଇଛି। ଆଶୁତୋଷ ଯୋଶୀ ୫୫୫ (୯୨.୫%), ଓ ରାକେଶ ଷଡଙ୍ଗୀ ୫୪୨(୯୦.୪%) ରଖି ଥିବା ବେଳେ ସମୁଦାୟ ୧୨୮ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୧୦୩ ପ୍ରଥମ, ୨୧ ଜଣ ଦ୍ବିତୀୟ ଓ ଜଣେ ତୃତୀୟ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ୯୦% ପ୍ରତିଶତରୁ ଅଧିକ ରଖିଥିବା ଆଶୁତୋଷ ମାଟ୍ରିକ ରେ ୭୮.୮% ଓ ରାକେଶ ୮୨.୮୩% ରଖି ପାଶ କରିଥିଲେ । କିନ୍ତୁ ଶ୍ରୀ ଏଜୁକେଶନ ଶିକ୍ଷା ଅନୁଷ୍ଠାନ ର ଏକ ନିଷ୍ଠ ଉଦ୍ୟମ ପାଇଁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ନବେ ପ୍ରତିଶତ ରୁ ଅଧିକ ମାର୍କ ରଖି ସଫଳତା ହାସଲ କରିଛନ୍ତି । ଏହି ସଫଳତା ପାଇଁ ଶ୍ରୀ ଏଜୁକେଶନ ର ମୁଖ୍ୟ ପରିଚାଳକ ସରୋଜ ପତି, ସଭାପତି ସପନ କୁମାର ପଟ୍ଟନାୟକ,ମନୋଜ କୁମାର ପତି, ସସ୍ମିତା ପତି ଏହି ଅବସର ରେ ସହ ଅଧ୍ୟକ୍ଷ ଅନିଶା ମିଶ୍ରଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା, ପରିଚାଳନା କମିଟି ଙ୍କୁ ଅଭିନନ୍ଦନ ଜଣାଇ ଥିବା ବେଳେ ଏହି ସଫଳତା ପାଇଁ ଶ୍ରୀ ଏଜୁକେଶନ ଅଞ୍ଚଳ ରେ ଅଭିଭାବକ ଙ୍କ ଆତ୍ମବିଶ୍ବାସ ବୃଦ୍ଧି କରି ପାରିଛି । ଏଠାରେ ସୂଚନା ଯୋଗ୍ୟ ଯେ, ମ,ରାମପୁର ର ଏକ ଗ୍ରାମୀଣ ଅଞ୍ଚଳ ରେ ରହି ଲଗାତାର ଭାବରେ ଶ୍ରୀ ଏଜୁକେଶନ୍ ର ସଫଳତା, ଶିକ୍ଷା କ୍ଷେତ୍ର ରେ ଉଦାହରଣ ସୃଷ୍ଟି କରି ପାରିଛି।