ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧୀନ କୁମଯୋର ଗ୍ରାମର ସିଆଝରନ୍ ପଡ଼ାରେ ବିଦ୍ୟୁତ୍ ସେବା ସାତସପନ ହୋଇପଡିଛି। ସ୍ବାଧୀନତାର ୭୮ ବର୍ଷ ପରେବି ଲୋକଙ୍କୁ ବିଦ୍ୟୁତ୍ ସେବା ମିଳିପାରୁ ନଥିବା ତାହା ବିଡ଼ମ୍ବନାର ବିଷୟ ହେଇଛି । ଏହି ପଡ଼ାରେ ୧୦ ପରିବାର ବସବାସ କରୁଛନ୍ତି। ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ ପଡାବାସୀ ଏଠାରେ ରହି ଆସୁଛନ୍ତି କିନ୍ତୁ ଏଯାଏଁ ବିଦ୍ୟୁତ୍ ଆଲୁଅ ପହଞ୍ଚି ପାରିନାହିଁ ସିଆଝରନ୍ ପଡ଼ାକୁ। କେବଳ ଘର ସମ୍ମୁଖରେ ମିଟର ଲାଗିଛି ସତ କିନ୍ତୁ ଖମ୍ବ ପୋତାଯାଇ ନି କିମ୍ବା ବିଦ୍ୟୁତ୍ ତା’ର ସଂଯୋଗ ହେଇ ପାରିବନି। ଯାଦ୍ଵାର ପଡାବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ବିଦ୍ୟୁତ୍ ନଥିବା ଯୋଗୁଁ ପଡାର ପିଲାମାନେ ରାତିରେ ପାଠ ପଡ଼ିବାରୁ ବଞ୍ଚିତ ରହୁଥିବା ସହ ରୋଷେଇ କାର୍ଯ୍ୟରେ ମହିଳାଙ୍କ ପାଇଁ ବିଶେଷ ସମସ୍ୟା ଦେଖାଦେଇଛି। ପଡ଼ାରେ ରାତ୍ର ସମୟରେ ରହିବା କଷ୍ଟକର ହୋଇପଡିଛି ବୋଲି ପଡ଼ା ବାସୀ ଅତି ଦୁଃଖର ସହିତ କହିଛନ୍ତି। ଅନ୍ଧାର ସୁଯୋଗ ନେଇ ବନ୍ୟପ୍ରାଣୀ ମଧ୍ୟ ପଡାମୁହାଁ ହେଉଥିବା ବେଳେ ବିଷାକ୍ତ ସାପ, ବେଙ୍ଗ, ବିଛା ,ଭଳି ଅନେକ ସରୀସୃପ ଏବଂ ଜୀବ ଘର ଭିତରକୁ ପଶୁଥିବା ଯୋଗୁଁ ଲୋକେ ଭୟଭୀତ ମଧ୍ୟ ରହୁଥିବା ଅଭିଯୋଗ ଆଣିଛନ୍ତି ପଡ଼ା ଲୋକେ। ଏନେଇ ବାରମ୍ବାର ଜନପ୍ରତିନିଧି ଏବଂ ପ୍ରଶାସନ ପାଖରେ ଗୁହାରି କରି ଆସୁଥିଲେ ମଧ୍ୟ ପଡ଼ା ବାସୀଙ୍କ ଅଭିଯୋଗ କୈାଣସି ଫଳପ୍ରଦ ହେଉ ନଥିବା ତାହା ଦୁର୍ଭାଗ୍ୟର ବିଷୟ ହେଇଛି। ଏଣୁ ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।