କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ଚିଲିଗୁଡାଠାରେ ନବ ନିର୍ମିତ ବ୍ଳକ ଯାଦବ ଭବନ ପ୍ରତିଷ୍ଠା ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ନୂତନ ଭବନ କୁ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ଲକ ଯାଦବ ମହାସଭାର ସଭାପତି ବିନୋଦ ରାଉତଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀବାଗ ସମେତ ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ରଶ୍ମି ରେଖା ରାଉତ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ, ଭବାନୀପାଟଣା ପୂର୍ବତନ ପୌରଧ୍ୟକ୍ଷା ସଞ୍ଜୁକ୍ତା ବେହେରା, କୋକସରା ବିଇଓ ମହେଶ କୁମାର ଭାଟି, ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଦ ଯାଦବ, ଉତ୍କଳ ଯାଦବ ମହାସଭା ବୁଦ୍ଧିଜୀବି ଶାଖା ସଦସ୍ୟ ଦ୍ବାରୀକା ନାଥ ବାଗ, ଜିଲ୍ଲା ଯୁବ ଯାଦବ ସଭାପତି ଗୋବିନ୍ଦ ବନଛୋର, ପୂର୍ବତନ ଜିଲ୍ଲା ଯାଦବ ସଭାପତି ଡମ୍ବରୁଧର ଲହଜଲ, ଟିକଚନ ନାଗ, ଧର୍ମଗଡ ଏନ୍ଏସି ସଭାପତି ଅନିରୁଦ୍ଧ ଲହଜଲ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ଼, ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ବାଗ, କଲମପୁର ଯାଦବ ସମିତି ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଲହଜଳ, ଲାଞ୍ଜିଗଡ ବ୍ଲକ ସଭାପତି ପାନାଲାଲ ବେମାଲ, ଜିଲ୍ଳା ଯୁବ ଯାଦବ ଉପ-ସଭାପତି ଡାକେଶ୍ୱର ଲହଜଳ, ଲିଙ୍ଗରାଜ ଗହୀର ପ୍ରମୁଖ ଯୋଗଦେଇଥିଲେ। ସମାଜର ସାଂଗଠାନିକ ସ୍ଥିତି ସୁଦୃଢ କରିବା, ନାରୀଶିକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ଏହି କ୍ରମରେ ଯାଦବ ଭବନ ପାଇଁ ଜମି ଦାନ କରିଥିବା ଚିଲିଗୁଡା ଗ୍ରାମର ପାର୍ଥ ଗୋପାଳଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଲକ ଓ ସ୍କୁଲ ଟପ୍ପର ହୋଇଥିବା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯାଦବ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାକାର୍ଯ୍ୟକୁ ବ୍ଲକ ସାଧାରଣ ସମ୍ପାଦକ ଅଲେଖ ଗୋପାଳ ସଭା ସଂଯୋଜନା କରିଥିବାବେଳେ ଅଧ୍ୟାପକ ମାଧବ ଲହଜଳ ଧନ୍ୟବାଦ ଅର୍ପଣ କରିଥିଲେ। ନୂତନ ଭବନ ପ୍ରତିଷ୍ଠା ଉତ୍ସବ ଅବସରରେ ଯାଦବ ଭବନ ନିକଟରେ ଶୁକ୍ରବାର ସକାଳୁ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି।
ଏଥି ନିମନ୍ତେ କଳସ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି। ନୂତନ ଯାଦବ ଭବନ ନିକଟରୁ ଶତାଧିକ ଯାଦବ ମହିଳା ଓ ଯୁବତୀ ମାନେ କଳସ ଯାତ୍ରାରେ ବାହାରି ଚିଲିଗୁଡା ବଡ଼ବନ୍ଦ ନିକଟରେ ପହଞ୍ଚିଥିଲେ। ସେଠାରେ ପୂଜାର୍ଚନା ପରେ ପୂର୍ଣ୍ଣ ଜଳ କଳସୀ ଧାରଣ କରି ନାମଯଜ୍ଞ ମଣ୍ଡପ ନିକଟରେ ପ୍ରତ୍ୟାବର୍ତ୍ତନ କରି କଳସ ସ୍ଥାପନ କରିଥିଲେ। ଏହି ସମୟରେ ଯାଦବ ସମାଜର ମହାନ ବିଭବ ବନବାଡି, ସଂକୀର୍ତ୍ତନ ଦଳ ଓ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିଲା। ନାମଯଜ୍ଞରେ କର୍ତ୍ତାଭାବେ ପାର୍ଥ ଗୋପାଳ ଓ ତାଙ୍କ ସହ ଧର୍ମିଣୀ ଲାଲ ଗୋପାଳ ଦାୟିତ୍ୱ ନିର୍ବାହ କରୁଛନ୍ତି। ପୂଜକ ଭାବେ କିଶୋର ଠାକୁର ଓ ଗୋପାଳ ପ୍ରସାଦ ଜୀ ଠାକୁର ପୂଜାକାର୍ଯ୍ୟ ନିର୍ବାହ କରୁଛନ୍ତି। ଉତ୍ସବ କମିଟିର ସଭାପତି ବିଦ୍ୟାଧର ଗହୀର, ସମ୍ପାଦକ ଅର୍ଜୁନ ଭାଟି, କୋଷାଧ୍ୟକ୍ଷ ସୁଦର୍ଶନ ବେହେରା, ଉପ ସଭାପତି ଲିଙ୍ଗରାଜ ବେହେରା, ଲକ୍ଷ ପୁଞ୍ଜି, ଅଭିମନ୍ୟୁ ଗୋପାଲ, ମଙ୍ଗଳୁ ଭାଟି, ଦୟାନିଧି ଭାଟି, ଧନସିଂ ବାଗ, ମାନସ ରଞ୍ଜନ ବାଗ, ଧବଲେ ଗହୀର, ଅଭିମନ୍ୟୁ ବାଗ, ଶ୍ୟାମସୁନ୍ଦର ନାଏକ, ଟିକଚନ କେତକି, ଯୋଗେନ୍ଦ୍ର ହଂସ, ସୁଧୀର ନାଗ, ଝସକେତନ ନାଏକ ସମେତ ବିଭିନ୍ନ ଅଞ୍ଚଳରୁ ଶତାଧିକ ଯାଦବ ମହିଳା ଓ ପୁରୁଷ ମାନେ ସାମିଲ ହୋଇଥିଲେ।