ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ସତ୍ବେ ପାଣି ପାଇଁ ସଂଘର୍ଷ 

ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଶ୍ୱିନ ମଲ୍ଲିକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଗାଆଁରେ ମୌଳିକ ଅଧିକାର ପାଇଁ ରାଜ ରାସ୍ତାକୁ ଓହ୍ଲେଇଲେ ଶତାଧିକ ମହିଳା ଓ ପୁରୁଷ। ପାନୀୟ ଜଳ ସଂକଟ ପାଇଁ ବୃନ୍ଦାବାହାଲରୁ ଜାରିଙ୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବୋରୋଧ କରି ଦଶପୁର ଠାରେ ରାସ୍ତାରେ ଗରା, ମାଠିଆ, ବାଲ୍ଟି ପାଣି ଡବା ରଖି ରାସ୍ତା ରୋକ କରିଥିବାର ଦେଖିବାକୁ ମିଳିଛି। ଦିନ ୧୧ଟା ଠାରୁ ରାସ୍ତା ଅବରୋଧ ଯୋଗୁଁ ଅନେକ ଗାଡ଼ି ମଟର ଯାତାୟାତ ଠପ୍ ରହିଥିବାର ଦେଖିବାକୁ ମିଳିଥିଲା। ଏ ବିଷୟରେ ଦୀର୍ଘ ଦୁଇବର୍ଷ ହେବ ପଞ୍ଚାୟତ ପ୍ରଶାସନ ଠାରୁ ବ୍ଲକ ପ୍ରଶାସନଙ୍କୁ ଜଣାଇଲେ ସୁଦ୍ଧା କିଛିବି ଫଳପ୍ରଦ ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ତିନି ମାସ ତଲେ ମଧ୍ୟ ରାସ୍ତା ଅବରୋଧ କରିଥିଲେ ଦଶପୁର ଗ୍ରାମ ବାସିନ୍ଦା। ହେଲେ ସେହି ସମୟରେ ପ୍ରଶାସନ ଅଧିକାରୀ ଓ ଦଶପୁର ସରପଞ୍ଚ ପାଣି ଯୋଗାଇ ଦେବା ପାଇଁ  ପ୍ରତିଶ୍ରୁତି  ଦେଇଥିଲେ, କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ଯାଏଁ ପାଣିର ସମସ୍ୟା ର ସମାଧାନ ହେଇପାରିଲା ନାହିଁ । ଯାହା ଫଳରେ ବାଧ୍ୟ ହୋଇ ଆଜି ମଧ୍ୟ ରାଜ ରାସ୍ତାକୁ ଓଲ୍ଲାଇ ଥିବାର ଦେଖିବାକୁ ମିଳିଛି। ପାଣି ସମସ୍ୟାର ସମାଧାନ ନହେଲେ ରାସ୍ତା ରୋକ ଜାରି ରହିବ ବୋଲି ଗ୍ରାମବାସୀ କଡା ଚେତାବନୀ ଦେଇଛନ୍ତି। ଏବଂ ନିଜ ଜିଦ୍ ରେ ଅଟଳ ରହିଛନ୍ତି।