ଶ୍ରାଦ୍ଧ ଦିବସରେ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କୁ ମନେ ପକାଇଲା କେସିଙ୍ଗା କଂଗ୍ରେସ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ତିରୋଧାମ ସୃତି ସଭା କେସିଙ୍ଗା କଂଗ୍ରେସ ଭବନ ଠାରେ ସଭାପତି ସୁଭାଷ ଜୈନ ଙ୍କ ନେତୃତ୍ୱରେ ଗତକାଲି ପାଳନ ହୋଇଯାଇଛି।ସ୍ଵର୍ଗତ ରାଜୀବଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ହୋଇଥିବା ବିଭିନ୍ନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ବିଷୟରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଉକ୍ତ ସ୍ରୁତି ସଭାରେ ଜିଲ୍ଲା ଯୁବକଂଗ୍ରେସ ଇନଚାର୍ଜ ବିଜୟ ଦୀପ,ବ୍ଲକ ସଭାପତି ରାହାସ ସାହୁ,ବରିଷ୍ଠ କଂଗ୍ରେସ ନେତା ମହେନ୍ଦ୍ର ନାଏକ,ଜଗଦୀଶ ପ୍ରସାଦ ଅଗ୍ରୱାଲ, ଜ୍ୟୋସ୍ନାମୟୀ ବଗର୍ତ୍ତି,ମୋତି କୈବର୍ତ୍ତ,ପ୍ରତାପ ବାଗ,ପୂର୍ବତନ ନଗରପାଲ ରାମଜୀ ମାତଖଣ୍ଡିଆ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାନୀ,ଧରଣୀ ନାଏକ,ବସନ୍ତ ନାଏକ,ବିଶ୍ୱାସୀ ନାଏକ,ପୁରନ୍ଦର କୁମାର,ରତନ ଦୀପ,କୃଷ୍ଣ ନାଗ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରଜନୀ ପୋଢ଼,ବିନୁ ଅଗ୍ରୱାଲ,କାଲୁ ଅଗ୍ରୱାଲ ସମେତ ଅନେକ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।