ଦୁଇ ବାଇକ୍ ମୁହା ମୁହିଁ ଧକ୍କା, ଦୁଇ ଗୁରୁତର

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ପିପଲଗୁଡ଼ା ବ୍ରିଜ ନିକଟରେ ଆଜି ସକାଳୁ ଦୁଇ ବାଇକ୍  ମଧ୍ୟରେ ମୂହା ମୁହିଁ ଧକ୍କା ହେଇଛି । ଫଳରେ ଉଭୟ ବାଇକ୍ ଚାଲକ ଗୁରୁତର ହୋଇଛନ୍ତି। ଗୋଟିଏ ବାଇକ୍ ରେ ମୁଖୀଗୁଡ଼ା ଗ୍ରାମର ବିଜୟ ସାହୁ ରହିଥିବାବେଳେ ଆଉ ଏକ ବାଇକ୍ ରେ ପାଇକକେନ୍ଦୁମୁଣ୍ଡି ଗ୍ରାମର ଟିକଚନ୍ ନାଏକ ଓ ବଡଦୁଲ ଗ୍ରାମର କୃଷ୍ଣ ନାଏକ ଥିଲେ ବୋଲି ଜଣାପଡିଛି। ବିଜୟ ସାହୁଙ୍କ ଗୋଡ଼ ଏବଂ ମୁଣ୍ଡରେ ଆଘାତ ହୋଇଥିବାବେଳେ ଟିକଚନ ନାଏକ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାର ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା କୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି।