ଅବହେଳିତ ଅବସ୍ଥାରେ ସିଯିମାଳି ଖଣି ତଳର ଗାଁ ଝୋଲାସୁଇଙ୍ଗ

ଥୁଆମୂଲ ରାମପୁର/ କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ରବି ନାରାୟଣ ସିଂହ) : ଆମ ସରକାର, ଡବଲ ଇଞ୍ଜିନ ସରକାର ହେଉ କି ଗତ ୨୪ ବର୍ଷ ଶାସନ କାଳର ସରକାର ହେଉ ଆମ ଟିକସ ପଇସାରେ ମନ୍ତ୍ରୀଙ୍କ ଘର, କୋଠା ବଙ୍ଗଳା, ମନ୍ତ୍ରୀଙ୍କ ଗାଆଁ ରାସ୍ତା, ମନ୍ତ୍ରୀଙ୍କ ସହର ସବୁ ଚାକ ଚକ୍ୟ କରିବାରେ ସମସ୍ତେ ବ୍ୟସ୍ତ,  ଆମ ଦୁର୍ଗମ ଅଞ୍ଚଳର ଗରୀବ ଆଦିବାସୀଙ୍କ କଥା ଶୁଣୁଛି କିଏ, ଏପରି କିଛି କହିଛନ୍ତି ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଝୋଲା ସୁଇଙ୍ଗ ପଡାବାସୀ। କଳାହାଣ୍ଡି ଜ଼ିଲ୍ଲା ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ଅଧୀନ ସୁଇଙ୍ଗ ଗ୍ରାମର ଝୋଲା ସୁଇଙ୍ଗ ପଡାରେ ଅନେକ ସମସ୍ୟା ରହିଛି। ବିଦ୍ୟୁତ୍ ସେବା, ସ୍ୱଚ୍ଛ ପିଇବା ପାଣି, ଯାତାୟାତ ପାଇଁ ରାସ୍ତା ଓ ରୋଜଗାରର ସାତ ସପନ ହୋଇ ପଡ଼ିଛି। ସ୍ୱାଧୀନତାର ୭୫ ବର୍ଷ ପରେ ବି ଲୋକଙ୍କୁ ବିଦ୍ୟୁତ୍ ସେବା ମିଳିପାରୁ ନ ଥିବା ବିଡ଼ମ୍ବନାର ବିଷୟ ହେଇଛି। କେବଳ ବିଦ୍ୟୁତ୍ ସେବା ନୁହଁ ତା’ ସାଙ୍ଗକୁ ଗାଁ କୁ ଯିବା ଆସିବା ପାଇଁ ଭଲ ରାସ୍ତା ଟିକିଏ ବି ନାହିଁ। ଯାହା ଫଳରେ ଦେହ ଅସୁସ୍ଥ କିମ୍ବା ଗର୍ଭବତୀ ମହିଳାଙ୍କୁ ଡାକ୍ତର ଖାନା ନେବାକୁ ହେଲେ ଖଟିଆ କି ବାଉଁଶ କୋକେଇରେ ବୋହି କିଛି ବାଟ ଗଲେ ଯାଇ ବାଟରୁ ଆମ୍ବୁଲାନ୍ସ ନେବା ଆଣିବା ସୁବିଧା ମିଳେ। ଗାଁ ର କିଛି ପରିବାର ଲୋକ ଶ୍ରମଦାନ କରି ଓ କିଛି ଲୋକ ନିଜ ଗହଣା ବନ୍ଧକ କରି ମଜୁରୀ ପେମେଣ୍ଟ କରି ଇଲେକ୍ଟ୍ରି ପୋଲ କିଛି ମାତ୍ରାରେ ଠିଆ କରିଥିଲେ। କିନ୍ତୁ ବିଦ୍ୟୁତ୍ ତାର ମଧ୍ୟ ସରକାରଙ୍କ ତରଫରୁ ଟଣା ଯାଇନାହିଁ। ଯାହାର ଫଳରେ ପଡାବାସି ଅନେକ ସମସ୍ୟାରେ ସମ୍ମୁଖୀନ ହୋଉଛନ୍ତି। ଆଖ ପାଖ ଲୋକେ ଆଲୁଅ ସୁବିଧା ପାଇଲେ ଏହି ଗାଆଁଟି ଅନ୍ଧାରରେ ଦିନ କାଟୁଛନ୍ତି। ଗ୍ରାମବାସୀ….ଦୁଃଖର ସହ ଜନପ୍ରତିନିଧି ଏବଂ ପ୍ରଶାସନ ପାଖରେ ନେଉରା ହୋଇ ଅଭିଯୋଗ ଜଣେଇଛନ୍ତି। ଏତେ ଅଭିଯୋଗ ଦେଲେ ମଧ୍ୟ କୌଣସି ଜନପ୍ରତିନିଧି କିମ୍ବା ପ୍ରଶାସନ କର୍ଣପାତ ଦେଉନାହାନ୍ତି। ପିଇବା ପାଣିର ମଧ୍ୟ ବହୁତ ଅସୁବିଧା ହେଉଛି, ନଦୀ ନାଳା ର ପାଣି ପିଇ ମ୍ୟାଲେରିଆ, ଡ଼ାଇରିଆ ଭଳି ଅନେକ ରୋଗରେ ପୀଡିତ ହଉଛନ୍ତି ଏଠାକାର ଲୋକେ। ଜଣେ ରୋଗୀକୁ ଡାକ୍ତର ଖାନା କୁ ଯିବାପାଇଁ ମଧ୍ୟ୍ ମୁଖ୍ୟ ରାସ୍ତା ଟିଏ ନାହିଁ। ଗାଡି ଚଲା ଚଳ କରିବା ଦୂରର କଥା, ବର୍ଷା ଦିନ ଚାଲିକି ଯିବା ପାଇଁ ମଧ୍ୟ କଷ୍ଟକର ହେବାକୁ ପଡ଼େ। ଏହି ସବୁ ସାମାନ୍ୟ ମୌଳିକ ଅଧିକାର କେବେ ଗ୍ରାମବାସୀ ପାଇବେ, ଦୁଃଖ ଦୂର କରିବା ପାଇଁ ଦୁର୍ଗମ ଅଞ୍ଚଳର ବିକାଶ କରିବା ଦାୟିତ୍ୱରେ ଥିବା ପ୍ରଶାସନ ଓ ପ୍ରତିନିଧି କେବେ ଗାଁକୁ ଯିବେ ଏବଂ ସମସ୍ୟା ଦୂର କରିବେ ତାହା ଦେଖିବାକୁ ବାକି ରହିଲା।