ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ମୋହନଗିରି ମଣ୍ଡଳ ସ୍ତରୀୟ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଣ୍ଡଳ ସଭାପତି ଖିଷ୍ଟଦତ୍ତ ରାଉତଙ୍କ ନେତୃତ୍ବରେ ଅପରେସନ ସିନ୍ଦୂର ସଫଳତାକୁ ନେଇ ଗୁରୁବାର ବାଇକ୍ ଶୋଭାଯାତ୍ରା ମୋହନଗିରି, ଲୁବେନଗଡ, ଦେଡସୁଲି, ମାଣିକେରା, ଡମକର୍ଲା ଖୁଣ୍ଟା, ଉର୍ଲାଦାନୀ, ଗୋଛାଡେଙ୍ଗେନ ଅଲାତରା, ମଦନପୁରର ୧୦ ଟି ପଞ୍ଚାୟତରୁ ଭାରତୀୟ ଜନତା ପାର୍ଟିର ସମସ୍ତ କର୍ମକର୍ତ୍ତାମାନେ ସାମିଲ ହୋଇ ଗୋଛାଡେଙ୍ଗେନ ଠାରୁ ବାହାରି ମୋହନଗିରି ଠାରେ ଏକ ସଭାକାର୍ଯ୍ୟ ମଣ୍ଡଳ ସଭାପତି ଶ୍ରୀ ଯୁକ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀକାନ୍ତ ହୋତା, ପଦ୍ମଲୋଚନ ମିଶ୍ର, ଗୋକୁଳାନନ୍ଦ ବିଶ୍ବାଳ, ମଧୂସୁଦନ ବିଶ୍ବାଳ, ବିଜୟ କୁମାର ମହାଖୁଡ଼, ଫକିର ମୋହନ ରଣା, ଦିବାକର ବାଗ,ତ୍ରୀଲୋକ୍ଯ ଧଙ୍ଗଡା ମାଝୀ, ସୁଦର୍ଶନ ପାଣି ବନମାଳୀ ସିଂ, ବିଦ୍ଯାଧର ପାତ୍ର, ସପ୍ବେଶ୍ବର କର୍ମୀ, ସୁବ୍ରତ ସାହୁ, ଟଙ୍କଧର ନାଗ ପ୍ରମୁଖ ଯୋଗ ଦେଇଥିଲେ।