କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ଭିଲିଆଯୋର ଗ୍ରାମର ଚାଷୀଙ୍କ କ୍ଷେତରେ ଶୁକ୍ରବାର ରବି ଋତୁ ମାଣ୍ଡିଆ ଚାଷର କ୍ରପ୍ କଟିଂ କରାଯାଇଛି। କୋକସରା ଶ୍ରୀଅନ୍ନ ଅଭିଯାନର ବିପିସି ସୁରେନ୍ଦ୍ର ଯୁଏଡ, ସିଆରପି ହେମାଙ୍ଗିନୀ ହଂସ, ହିମାଂଶୁ ମାଝୀ, ସୁଶୀଲ ଭାଟି, ଗୋକୁଳ ଧ.ମାଝୀ, ରାଜେନ୍ଦ୍ର ବାଗ, କୃଷକ ସାଥି ଗଜିନ୍ଦ୍ର ନାଗ ପ୍ରମୁଖଙ୍କ ଉପସ୍ଥିତରେ ଚାଷୀ ବିଶ୍ବମ୍ବର ନାଏକଙ୍କ ମାଣ୍ଡିଆ କ୍ଷେତ୍ରରେ ୫/୫ ମିଟର ସ୍ଥାନରେ କ୍ରପ୍ କଟିଂ କରାଯାଇଥିଲା। କଟା ଯାଇଥିବା ସବୁଜ ମାଣ୍ଡିଆ ଯାହାର ଓଜନ ପ୍ରାୟ ୧୦ କେଜି ହୋଇଥିଲା। ସହାୟକ ସଂସ୍ଥା ଦ ହ୍ୟୁମାନ୍ ଡେଭଲପମେଣ୍ଟ ଓ ଜୟ କୋକସରା ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିଃ ପକ୍ଷରୁ ସରକାରୀ ସ୍ତରରେ ଅଞ୍ଚଳର ଚାଷୀମାନଙ୍କୁ ମାଣ୍ଡିଆ ଚାଷ ନିମନ୍ତେ ବିହନ, ବୈଷୟିକ ସହାୟତା ଯୋଗାଇ ଦେବାସହ ଚାଷୀଙ୍କୁ ବ୍ୟାପକ ସଚେତନତା କରାଯାଇଥିଲା। ସୂଚନା ଯେ’ ବ୍ଳକର ବଡ଼ପୋଡ଼ାଗୁଡ଼ା, ଆମପାଣି, କାଉଡୋଲା, ଗୋତମୁଣ୍ଡା, ମହିମା ଆଦି ପଞ୍ଚାୟତର ୨୨ ଜଣ ଚାଷୀ ୮ ହେକ୍ଟର ଜମିରେ ମାଣିଆ ଚାଷ କରିଥିବାବେଳେ ୧୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ ରଖାଯାଇଥିଲା। ୨୦୨୫/୨୬ ଖରିଫ୍ ଋତୁରେ ବ୍ଳକର ବିଭିନ୍ନ ପଞ୍ଚାୟତର ୭୪୨ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ ରଖାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଚାଷୀ ମାନଙ୍କୁ ମାଗଣାରେ ବିହନ, ବୈଷୟିକ ସହାୟତା, ବ୍ୟାପକ ସଚେତନତା କରାଯାଉଥିବା ଓ ବିକ୍ରୀ ନିମନ୍ତେ ମଣ୍ଡି ବ୍ୟବସ୍ଥା ଥିବାରୁ ଚାଷୀମାନେ ଉତ୍ସାହିତ ହୋଇ ମାଣ୍ଡିଆ ଚାଷ କରି ବିଶେଷ ଲାଭବାନ ହେବାର ଲକ୍ଷ ରଖିଛନ୍ତି। କ୍ରପ୍ କଟିଂ ସମୟରେ ସ୍ଥାନୀୟ ଚାଷୀ ବିଶମ୍ବର ନାଏକ, ଶିବ ପୁଝାରୀ, ବନସିଂ ଧମାଝୀ, ପ୍ରକାଶ ସାହୁ, ଘନଶ୍ୟାମ ପୁଝାରୀ, ରାମଚନ୍ଦ୍ର ଧମାଝୀ, ସୀତାରାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।