ଭାରସାମ୍ୟ ହରାଇ କାର ଦୁର୍ଘଟଣା ଗ୍ରସ୍ତ ; ଅଳ୍ପକେ ବର୍ତ୍ତିଲେ ସାମ୍ୱାଦିକ

ପାପଡାହାଣ୍ଡି/ କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ( କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଆମ୍ବପାଣି ଘାଟି ନିକଟ ଖଡକାପଦର ବୁଲାଣି ନିକଟରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ଧିରେନ କୁମାର ପଣ୍ଡା ଅଳ୍ପକେ ବର୍ତ୍ତିଯାଇଛନ୍ତି।‌ ସୂଚନା ଅନୁସାରେ ସାମ୍ବାଦିକ ଧିରେନ କୁମାର ପଣ୍ଡା ଅଫିସିଆଲ୍ କାମ ପାଇଁ ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ତାଙ୍କର କାର ଆମପାଣି ଘାଟି ନିକଟବର୍ତ୍ତି ଖଡକାପଦର ବୁଲାଣି ନିକଟରେ ଭାରସାମ୍ୟ ହରାଇ କ୍ରସ ବ୍ୟାରିଓରରେ ପିଟି ହୋଇଥିଲା। ଫଳରେ ଶ୍ରୀପଣ୍ଡା ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କର କାର ଦୁର୍ଘଟଣା ହୋଇ ନଷ୍ଟ ହୋଇଥିବା ଜଣାପଡିଛି। ପରେ ପାପଡାହାଣ୍ଡି ଓ  ମୈଦଲପୁର ଗଣମାଧ୍ୟମ ପ୍ରତିନିଧି କାରକୁ ଉଦ୍ଧାର କରି ତାଙ୍କ ଘର କୁ ପଠାଇ ଥିଲେ। ସୂଚନା ଥାଉକି, ଆମ୍ବପାଣି ନିକଟ ଖଡକାପଦର ବୁଲାଣିରେ ଦୈନଦିନ ଦୁର୍ଘଟଣା ଘଟିବାରେ ଲାଗିଛି ଏଥିପ୍ରତି ଏନଏଚ କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନ  ଗୁରୁତ୍ଵ ଦେଲେ ସାଧାରଣ ଜନତା ଦୁର୍ଘଟଣାରୁ ବଞ୍ଚି ଯାଇଥାନ୍ତେ।