ଭୟ ଦେଖାଉଛି ରାସ୍ତା କଡ଼ ମୁକୁଳା ଟ୍ରାନ୍ସଫର୍ମର 

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ରାସ୍ତା କଡ଼ରେ ଥିବା ସମସ୍ତ ଟ୍ରାନ୍ସଫର୍ମର ଗୁଡ଼ିକୁ ତାରବାଡ ଦେଇ ତାହାର ସୁରକ୍ଷା ର ବନ୍ଦୋବସ୍ତ ଟାଟା ପାୱାର ଦ୍ଵାରା କରାଯାଇଥିଲେ ମଧ୍ୟ କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଠାରୁ ଟିଟଲାଗଡ ରାସ୍ତା ଓମ ନଗର ରାସ୍ତା କଡ଼ରେ କାହିଁ କେତେ ଦିନରୁ ଏକ ମୁକୁଳା ଟ୍ରାନ୍ସଫର୍ମର ରହିଥିଲେ ମଧ୍ୟ ଟାଟା ପାୱାର ପକ୍ଷରୁ ସଂଜ୍ଞା ନିଆଯାଇ ନାହିଁ। ଅଣ ଓସାରିଆ ରାସ୍ତା ସାଙ୍ଗକୁ ସବୁ ସମୟରେ ଛୋଟ ବଡ଼ ଭାରିଯାନ ସମେତ ସରକାରୀ ବସ ମଧ୍ୟ ଟିଟଲାଗଡ ଯିବା ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ସିଙ୍ଗଲ ରୋଡ ହୋଇଥିବାରୁ କେତେବେଳେ ବସ କିମ୍ବା ଟ୍ରକ୍ ର ପଛ ପଟ ଟ୍ରାନ୍ସଫର୍ମର ରେ ଲାଗି ଧନଜୀବନ କ୍ଷୟ କ୍ଷତି ହେବା ପୂର୍ବରୁ ଟ୍ରାନ୍ସଫର୍ମର ରେ ସୁରକ୍ଷା ବାଡ଼ ନହେଲେ ସ୍ଥାନାନ୍ତରଣ ପାଇଁ ସାଧାରଣ ରେ ଦାବୀ ହେଉଛି।