ଜୁନାଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ଆଜି ସକାଳୁ ଜଣେ ୭୦ ବର୍ଷିୟ ବୃଦ୍ଧ ନିଜ ଦୋକାନ ଖୋଲିବା ପାଇଁ ଯାଉଥିଲେ। ହେଲେ କିଏ ଜାଣିଥିବା ତାଙ୍କ ସହିତ ବାଟରେ ଏଭଳି ଘଟିବ ବୋଲି। ବୃଦ୍ଧ ଜଣକୁ ଭବାନୀପାଟଣାରୁ ଜୟପୁର ଯାଉଥିବା ଏକ ଟ୍ରକ୍ ଜୁନାଗଡ ବଳଦିଆମାଲ ଛକଠାରେ ଚାପି ଦେବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ବଲଦିଆମାଲ ଗ୍ରାମର କଳ୍ପେଶ୍ଵର ମେହେର ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭରଙ୍କୁ ଖୋଜୁଥିବା ଜଣାପଡିଛି। ଅନ୍ୟପଟେ ମୃତ ବୃଦ୍ଧଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୁନାଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ସୂଚନା ରହିଛି। ଏହି ଦୁର୍ଘଟଣା ପ୍ରତି ଅଞ୍ଚଳରେ ଶୋକର ଛାୟା ଅଛି।