୧୧ତମ ଚଳଚ୍ଚିତ୍ର ପୁରସ୍କାର ଓ କବି କଳାକାର ମହାକୁମ୍ଭ ୨୦୨୫

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳା ଜଗତରେ ନିଜର କଳା ପ୍ରଦର୍ଶନ କରି ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଶିଶୁ କଳାକାର। ସେଇ କଳା ପାଇଁ ରାଜ୍ୟ ସ୍ତରର ଏକ ବିଶେଷ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଛନ୍ତି ଏଇ କଳାକାର ମାନେ। (ଆୟୋଜକ: ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍, ଖୋର୍ଦ୍ଧା , ଓଡ଼ିଶା ) ସୌଜନ୍ୟ – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥୁଆମୂଳ ରାମପୁର କଳାହାଣ୍ଡିର ଛାତ୍ରଛାତ୍ରୀଙ୍କ ଲୋକନୃତ୍ଯ ଓ ଲୋକବାଦ୍ୟକୁ ସୋସିଆଲ ମିଡିଆ ମାଧ୍ୟମରେ ଦେଖି ମାନପତ୍ର ପ୍ରଦାନ କରିବା ପାଇଁ ଗତ ୨୨ ତାରିଖ ଗୁରୁବାର ଦିନ ଜୟଦେବ ଭବନ, ଭୂବନେଶ୍ବର ଠାରେ ହେଇଥିବା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରିଥିଲେ ।

ଏଥିରେ ବିଦ୍ୟାଳୟର ଶିକ୍ଷକ ତଥା ନୃତ୍ୟ ଗୁରୁ ଶ୍ରୀ ଅଜିତ କୁମାର ଦୁର୍ଗାଙ୍କୁ “କଳାନୀଧି ସମ୍ମାନ” ରେ ସମ୍ମାନିତ କରାଯାଇଥିଲା ଓ ପ୍ରଧାନ ଶିକ୍ଷକ ଶ୍ରୀ ନାଗେଶ୍ଵର ନାଏକ ତଥା ଛାତ୍ରଛାତ୍ରୀ କୁମାରୀ ତେଜସ୍ଵୀନି ନାଏକ , ସୋନମ ବାଗ , ପୁନମ ବାଗ , ସୋହାନୀ ନାଏକ, ମାହି ଦଳପତି, ଦୁଷିଳା ନାଏକ , ଉତ୍କଳଜୌତି ନାଏକ, ନିୟୁତି ନାଏକ , ଅନୁରାଧା ଗୋପାଳ, ମିତା ଗୋପାଳ, ସ୍ନିତି ନାଏକ,

ନିକିତା ନାଏକ ଓ ତମନ୍ନା ନାଏକଙ୍କୁ ” ଉତ୍କଳ ନୃତ୍ଯ ମଞ୍ଜରୀ ସମ୍ମାନ ” ପ୍ରଦାନ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଂପାଦକ ଡଃ.ପୂର୍ଣଚନ୍ଦ୍ର ବେହେରା (ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନ୍, ଅଲ ଇଣ୍ଡିଆନ ସିନେ ୱାର୍କର୍ସ ଆସୋସିଏସନ୍ ) ବବି ମିଶ୍ର (ସଭାପତି) ଅଶ୍ରୁ ମୋଚନ ମହାନ୍ତି (ପୂର୍ବତନ ସଭାପତି) ମୂଖ୍ଯ ଅତିଥି ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ସୂରଜ (ମନ୍ତ୍ରୀ ଓଡିଆ ଭାଷା , ସାହିତ୍ଯ ଓ ସଂସ୍କୃତି ବିଭାଗ,ଓଡ଼ିଶା) ମୂଖ୍ଯବକ୍ତା ପ୍ରଶାନ୍ତ କୁମାର ଜଗଦେବ ( ବିଧାୟକ ଖୋର୍ଦ୍ଧା ) ସମ୍ମାନିତ ଅତିଥି ବାବୁ ସିଂ (ବିଧାୟକ ଏକାମ୍ର ଭୂବନେଶ୍ବର) ଦୁଷ୍ମନ୍ତ କୁମାର ସ୍ବାଇଁ ( ବିଧାୟକ ଖଣ୍ଡପଡ଼ା) ଦେୟାନ ସାମନ୍ତ ରାୟ ( ବିଧାୟକ ଚିକିଟି) ବିଶ୍ବରଞ୍ଜନ ବଡଜେନା (ସଭାପତି ବି.ଜେ.ପି ଖୋର୍ଦ୍ଧା) ସୁଶ୍ରୀ ଅନନ୍ୟା ମିଶ୍ର (ଚଳଚ୍ଚିତ୍ର ଅଭିନେତ୍ରୀ ) ସୁଶ୍ରୀ ସୌଜନ୍ୟା ରଥ (କଣ୍ଠ ଶିଳ୍ପୀ) ,ସୁଶ୍ରୀ ପିଙ୍କି ପ୍ରଧାନ ( ଅଭିନେତ୍ରୀ/ଉପଦେଷ୍ଠା ଓକା) , ଜୀବନା ନନ୍ଦ ପଣ୍ଡା (ଅଭିନେତା),ପ୍ରଶାନ୍ତ କୁମାର ପାଢି (ସଂଗୀତ ନିର୍ଦ୍ଦେଶକ),ହରିହର ମହାପାତ୍ର (ଚଳଚ୍ଚିତ୍ର ଅଭିନେତା), ରଜନୀ ରଂଜନ ଦାସ (ସଂଳାପ କାର), ପ୍ରଣୟ ସେଠି (ମିଡିଆ ପ୍ଲାନର) ଶ୍ରୀମତୀ ପୁଷ୍ପା ପଣ୍ଡା (ଅଭିନେତ୍ରୀ) ପ୍ରମୂଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।