କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଯୁକ୍ତ ୩ ଷଷ୍ଠ ସେମିଷ୍ଟର ତଥା ଫାଇନାଲ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ତେବେ ଇତିହାସ ବିଭାଗରେ କୋକସରା ବ୍ଳକ ସଦରମହକୁମା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ଦୀପାରାଣୀ ନାଗ ୮.୪୫ ପ୍ରତିଶତ ରଖି ମା’ ମାଣିକେଶ୍ଵରୀ ୟୁନିଭରସିଟି କଳାହାଣ୍ଡି ଟପ୍ପର ହୋଇଛନ୍ତି। ଲଡୁଗାଁ ପଞ୍ଚାୟତ ଆଏଁଲି ଗ୍ରାମର ସୁଧାଂଶୁ ନାଗ ଓ ଜ୍ୟୋତ୍ସ୍ନା ନାଗଙ୍କ ଝିଅ ହେଉଛନ୍ତି ଦୀପାରାଣୀ। ତାଙ୍କର ଏହି ସଫଳତା ପରେ ତାଙ୍କ ପିତାମାତା ଖୁସିବ୍ୟକ୍ତ କରିଥିବାବେଳେ ଏହି ଖବର ପରେ ନିଜ ଗାଁ, କଲେଜ କତୃପକ୍ଷ, କୋକସରା ଅଞ୍ଚଳବାସୀ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।