କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ ( ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ, କଳାହାଣ୍ଡି, ଯୋରାଡବରା ଅଧିନରେ ଥିବା କେସିଙ୍ଗା, କର୍ଲାମୁଣ୍ଡା, ମ.ରାମପୁର ଓ ନର୍ଲା ବ୍ଲକ ଅଞ୍ଚଳର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ନୂତନ ଗ୍ରାମ୍ୟ କମିଟି ଗୁଡିକ ଗଠନ କରାଯାଉଛି। ସମାଜର ଉପବିଧି ପ୍ରକାରେ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ଗ୍ରାମ୍ୟ କମିଟି ଗଠନ କାର୍ଯ୍ୟକ୍ରମ ମାନ କରାଯାଉଛି। ନୂତନ ଗ୍ରାମ୍ୟ କମିଟି ଗଠନ କରିବା ପୂର୍ବରୁ ପ୍ରଥମେ ସମାଜ ସଂସ୍କାର ସମ୍ପର୍କିତ ଆଲୋଚନା କରାଯାଇ ସମାଜର ନୀତି ନିୟମ ଗୁଡିକ କିପରି କଡାକଡି ପାଳନ ହୋଇପାରିବ ସେ ଉପରେ ନିର୍ଦ୍ଧାରଣ କରାଯାଇଛି। ଗ୍ରାମ୍ୟ କମିଟି ଗଠନରେ ସମାଜ ପାଇଁ କାମ କରିବାକୁ ଆଗ୍ରହୀ ଯୁବକ ଓ ମହିଳା ମାନଙ୍କୁ ସାମିଲ୍ କରିବା ଉପରେ ଗୁରୁତ୍ୱ ଦିଆଯାଇ ୫ ଜଣ ଲେଖାଏଁ ମହିଳା ଓ ଯୁବକଙ୍କୁ ଗ୍ରାମ୍ୟ କମିଟିରେ ନିଆଯାଇଛି। ସେହିପରି ସମୟ ଦେଇପାରୁଥିବା ଉପଯୁକ୍ତ ସମାଜସେବୀ ଙ୍କୁ ଗ୍ରାମ୍ୟ କମିଟିର ସୁପାରିଶ ରେ ବିଭିନ୍ନ କମିଟି ପାଇଁ ଉଚ୍ଚ ସ୍ତରୀୟ କମିଟି ସଭ୍ୟ ଭାବେ ରଖିବା ପାଇଁ ଜିଲ୍ଲା କମିଟି କୁ ପଠାଯାଇଛି। ଯାହାକି କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଓ ବଗାଡ ମଣ୍ଡଳର ପ୍ରାୟ ଅଧିକାଂଶ ଗ୍ରାମରେ ସମାଜର ନୀତି ନିୟମ ଅନୁସାରେ ନୂତନ ଗ୍ରାମ୍ୟ କମିଟି ଗଠନ ହୋଇଥିବା ଜଣାପଡ଼ିଛି। କୁର୍ଲୁପଡା ଓ ନୂଆପଡା ନୂତନ ଗ୍ରାମ୍ୟ କମିଟି ଗଠନ ବୈଠକରେ ଜିଲ୍ଲା ସଭାପତି ନୀଳମଣି ସାହୁ ଓ ସମ୍ପାଦକ ନବୀନ କିଶୋର ସାହୁ, ସମାଜର ମାନ୍ୟଗଣ୍ୟ ମୁରଲୀଧର ସାହୁ, ହିରାମଣୀ ସାହୁ, ପବିତ୍ର ସାହୁଙ୍କ ସମେତ ବାଲସି ମଣ୍ଡଲର ମନୋହର ସାହୁ, ଫକିର ସାହୁ, ବିରଞ୍ଚି ସାହୁ, ଅଶ୍ବିନୀ ସାହୁ, କିଶନ ସାହୁ, ବଗାଡ ମଣ୍ଡଳର ସୁଲପାଣି ସାହୁ, ଯୁବରାଜ ସାହୁ, ଗଣମାଧ୍ୟମ ପ୍ରତିନିଧି ଶିବପ୍ରସାଦ ସାହୁ, ନର୍ଲା ବ୍ଲକ ରୁପ୍ରା ମଣ୍ଡଳର ହୃଷୀକେଶ ସାହୁ, ମୁରଲୀଧର ସାହୁ ପ୍ରମୁଖଙ୍କ ସମେତ ସମାଜର ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।