ବିଜେଡି ଛାଡି ବିଜେପିରେ ମିଶିଲେ ଚିକଲପଦର ସମିତି ସଭ୍ୟ

ନବରଙ୍ଗପୁର/ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ/ଭୁଦେବ ଗଉଡ) : ଝରିଗାଁ ବିଧାନସଭା ଆସନରୁ ଭୋଟ ଲଢ଼ି ନରସିଂହ ଭତରା ବିଧାୟକ ହେବା ପରେ ଝରିଗାଁ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପିର ଲୋକ ପ୍ରିୟତା ବଢୁଥିବା ଦେଖିବାକୁ ମିଳିଛି। ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଲୋକଙ୍କୁ ଆକୃଷ୍ଟ କରୁଛି। ଅନେକ ନେତା ଓ କର୍ମୀ ବିଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ଆଜି ଚିକଲପଦର ପଂଚାୟତର ସମିତି ସଭ୍ୟ ସନତ ହାଲଦାର ଓ ବରିଷ୍ଠ କର୍ମୀ ସପନ ମିସ୍ତ୍ରୀ ବିଜେଡି ଛାଡି ବିଜେପିରେ ମିଶିଥିବା ସୂଚନା ମିଳିଛି। ଆଗାମୀ ଦିନରେ ତାଙ୍କର ସମସ୍ତ କର୍ମୀ ଓ ସମର୍ଥକ ମଧ୍ୟ ବିଜେପିରେ ମିଶିବା ନେଇ ସମିତି ସଭ୍ୟ ସନତ ହାଲଦାର ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ କରି ବିଧାୟକ ନରସିଂହ ଭତରା ସମିତି ସଭ୍ୟଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣେଇବା ସହ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ସମିରଣ ରାୟ, ପଞ୍ଚାନନ ବାବଳୀ, ଶ୍ୟାମଲାଲ ବିଶ୍ୱାସ, ସୁଜନ ଭକ୍ତ, ବଳରାମ ଗଣ୍ଡ, ମଣ୍ଡଳ ସଭାପତି ଉତମ ହରିଜନ, ସନୁ ଗୌଡ଼ ସମେତ ଅନେକ କର୍ମୀ ଓ କର୍ମକର୍ତା ଉପସ୍ଥିତ ରହି ଦଳରେ ନୂତନ ଭାବେ ସାମିଲ ହୋଇଥିବା ସମିତି ସଭ୍ୟଙ୍କୁ ସ୍ୱାଗତ ଜଣାଇଥିଲେ।