ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ମଣ୍ଡଳ ପକ୍ଷରୁ ଝରିଗୁମ୍ମା ଠାରୁ ଅଞ୍ଚଳଗୁମ୍ମା ପର୍ଯ୍ୟନ୍ତ ବାଇକ ରାଲି ବାହାରିଥିଲା।ଏହି ରାଲିରେ ମଣ୍ଡଳ ସଭାପତି ଅଭିମନ୍ୟୁ ହରିଜନ ସୁଧୀର ବିଷୋୟୀ, ଏବଂ ମଣ୍ଡଳର ଆଠ ଗୋଟି ପଞ୍ଚାୟତର ଜନ ସାଧାରଣ ସ୍ୱତ ପ୍ରବୃତ ଭାବରେ ସାମିଲ ହୋଇ ଭାରତୀୟ ସେନାର ସ୍ବର୍ଯ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇ ତ୍ରିରଙ୍ଗା ଶୋଭା ଯାତ୍ରା ମାଧ୍ୟମରେ ପରିକ୍ରମା କରିଥିଲେ। ଏହି ଅବସରରେ ପ୍ରତ୍ୟକ ଗ୍ରାମରେ ଏହି ସଭାଯାତ୍ରାକୁ ଗ୍ରାମବାସୀ ମାନେ ଉତ୍କଣ୍ଠାର ସହ ସ୍ୱାଗତ ଜଣାଇଥିଲେ। ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍ଗତି ଏବଂ ଦେଶର ସୁରକ୍ଷାରେ ନିୟୋଜିତ ବୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ସଭାଯାତ୍ରାର ମୂଳ ଉଦ୍ଧେଶ୍ୟ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଅଭିମନ୍ୟୁ ହରିଜନ, ମଣ୍ଡଳ ସାଧାରଣ ସମ୍ପାଦକ ସୁଧୀର ବିଷୋୟୀ, ପ୍ରଫୁଲ୍ଲ ଛତ୍ରୀୟା, ହରେକୃଷ୍ଣ ଛତ୍ରୀୟା, ବିଜୁ ଛତ୍ରୀୟା, ଲିପୁନ ବିଷୋୟୀ, ଡମ୍ବରୁ ବିନ୍ଧାଣିଙ୍କ ସହ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ସାମିଲ ହୋଇଥିଲେ।