୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ୍ ବ୍ୟବସ୍ଥା ନଥିବାରୁ ରୋଗୀ ହନ୍ତସନ୍ତ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଦୁଇଟି ଓ ନନ୍ଦାହାଣ୍ଡି ବ୍ଲକର ୧୦୮ ଆମ୍ବୁଲାନ୍ସରେ ଅକ୍ସିଯେନ୍ ସେବା ନଥିବାରୁ ଗୁରୁତର ରୋଗୀଙ୍କୁ ନବରଙ୍ଗପୁର ନେବାରେ ଅସୁବିଧା ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି। ଗୁରୁତର ରୋଗୀଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ହେଲେ ଅକ୍ସିଯେନ୍ ଥିବା ଘରୋଇ ଆମ୍ବୁଲାନ୍ସକୁ ଡାକିବାକୁ ପଡୁଛି ନଚେତ୍ ନବରଙ୍ଗପୁରରେ ଉପଲବ୍ଧ ୧୦୮ ଆମ୍ବୁଲାନ୍ସକୁ ଡକାଇବାକୁ ପଡୁଛି। ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକରେ ଉପଲବ୍ଧ ୧୦୮ ଆମ୍ବୁଲାନ୍ସରେ ଅକ୍ସିଜେନ ସେବା ନଥିବା ସମ୍ପର୍କରେ କର୍ତ୍ତୃପକ୍ଷ ଜ୍ଞାତ ଥିଲେ ମଧ୍ୟ ସମାଧାନ କରାଯାଉ ନ ଥିବାରୁ ସାଧାରଣରେ ନିନ୍ଦା କରାଯାଉଛି। ଗୁରୁତର ରୋଗୀଙ୍କୁ ତତ୍କାଳ ସେବା ଯୋଗାଇବା ପାଇଁ ସରକାରଙ୍କ ମହତ ଉଦ୍ଦେଶ୍ୟ ଏହା ଦ୍ବାରା ପ୍ରଭାବିତ ହେଉଛି। ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ରୋଗୀଙ୍କ ପରିବାର ତଥା ସହଯୋଗୀଙ୍କୁ ଚିନ୍ତାରେ ପକାଉଛି। ତୁରନ୍ତ ଏହାର ସମାଧାନର ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।