ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ପୌରପାଳିକା ଅନୁଦାନରେ ସହରରେ ୪ଟି ଏଲଇଡି ଲାଗିଛି। ଏହାକୁ ଶୁଭାରମ୍ଭ କରିଛନ୍ତି ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ। ସହରରେ ୪ଟି ଏଲଇଡି ଲାଗିବା ଦ୍ୱାରା ପୌରପାଳିକାର ସମସ୍ତ ଖବର ଜାଣି ହେବ ବୋଲି କହିଛନ୍ତି ପୋୖରାଧିକାରୀ। ସମସ୍ତ ବିଜ୍ଞାପନ, ନ୍ୟୁଜ ଓ ଜନସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲି ବିଧାୟକ କହିଛନ୍ତି। ଆଜିକାଲି ସବୁ ଇଣ୍ଟରଟେନମେଣ୍ଟ ପାଇବାକୁ ସମସ୍ତେ ଇଛା ତେଣୁ ସରକାର ପଦକ୍ଷେପ ନେଇ ଲୋକଙ୍କ ସୁବିଧା କରିଛନ୍ତି। ସହରର ଖବର, ବିଜ୍ଞାପନ ସବୁ ସବୁ ଜାଣିବା ସହ ନେଟ ସୁବିଧା ମଧ୍ୟ ପାଇ ପାରିବେ ବୋଲି ବିଧାୟକ ଆଶା ରଖିଥିବା କହିଛନ୍ତି ।