ସ୍ଵଳ୍ପସଞ୍ଚୟ ଲଟେରୀ ଦେବାକୁ ଭୁଲିଗଲେ କି ସରକାର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ଡାକଘର ଉପଭୋକ୍ତା ମାନଙ୍କୁ ପ୍ରୋତ୍ସାହିତ କରିବା ଓ ନିଜ ଉପାର୍ଜିତ ଟଙ୍କା କୁ ଡାକଘରେ ସଞ୍ଚୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ଅର୍ଥବିଭାଗ ପକ୍ଷରୁ ପ୍ରତି ବର୍ଷ ବର୍ଷକୁ ଥରେ ଲଟେରୀ ର ବ୍ୟବସ୍ଥା କରାଯାଇ ଥାଏ ହେଲେ ନୂତନ ସରକାର ଗଠନ ହେବା ପରେ ପୋଷ୍ଟ ଅଫିସରେ ଟଙ୍କା ସଞ୍ଚୟ ରଖୁଥିବା ଉପଭୋକ୍ତା ମାନେ ଚଳିତ ବର୍ଷ ସ୍ଵଳ୍ପସଞ୍ଚୟ ଲେଟରିରେ ଅଧିକ ପୁରସ୍କାର ରାଶି ଘୋଷଣା ହେବ ବୋଲି ଖୁସି ହେଉଥିଲେ।ହେଲେ ନୂତନ ସରକାର ସ୍ଵଳ୍ପସଞ୍ଚୟ ବିଭାଗ ପକ୍ଷରୁ ପ୍ରତିବର୍ଷ ହେବାକୁ ଥିବା ଲଟେରୀକୁ ଅଦ୍ୟାବଧି ଚାଲୁ କରିନାହାନ୍ତି।ନୂତନ ବିଜେପି ସରକାର ଭୁଲି ଯାଇଛନ୍ତି କି ବୋଲି ଉପଭକ୍ତା ମାନେ ଟୁପୁର ଟାପୁର ହେଉଛନ୍ତି। ଏଠାରେ ପ୍ରକାଶ ଥାଉକି ବିଜେଡି ସରକାର ସମୟରେ ସାରା ଓଡ଼ିଶାରେ ପ୍ରତବର୍ଷ ଓଡ଼ିଶା ସରକାର ଙ୍କ ପକ୍ଷରୁ ଏକ ସ୍ଵଳ୍ପସଞ୍ଚୟ ଲଟେରୀ ବର୍ଷକୁ ଥରେ ଦୁଇ ହଜାର ଟଙ୍କାରେ ଗୋଟିଏ ଲଟେରୀ ପ୍ରଦାନ କରୁଥିଲେ।ବର୍ଷର ଜାନୁୟାରୀ ରୁ ଡିସେମ୍ବର ମାସ ମଧ୍ୟ ଯୋଉ ଉପଭୋକ୍ତା ଯେତେ ପଇସା ପୋଷ୍ଟ ଅଫିସରେ ଜମା କରିବ ସେହି ଭାବରେ ସେ ଲଟେରୀ କୁପନ ପ୍ରାପ୍ତ କରୁଥିଲା ଏବଂ ମାର୍ଚ୍ଚ ମାସ ପରେ ଦିନଧାର୍ଯ୍ୟ କରି ଭୁବନେଶ୍ଵର ଜୟଦେବ ଭବନ ଠାରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଲଟେରୀ ଉଠାଣ କରି ପ୍ରଥମ ପୁରସ୍କାର ରାଶି ୫ ଲକ୍ଷ , ଦ୍ୱିତୀୟ ପୁରସ୍କାର ୩ ଲକ୍ଷ ,ତୃତୀୟ ପୁରସ୍କାର ୨ ଗୋଟି ୧ ଲକ୍ଷ ,ଚତୁର୍ଥ ପୁରସ୍କାର ୪ ଜଣ ଙ୍କୁ ୫୦ ହଜାର ଟଙ୍କା, ପଞ୍ଚମ ପୁରସ୍କାର ୨୦ ଜଣ ଙ୍କୁ ୨୦ ହଜାର ଟଙ୍କା, ଷଷ୍ଠ ପୁରସ୍କାର ୪ଶହ ଜଣ ଙ୍କୁ ୫ ହଜାର ଟଙ୍କା ଏବଂ ସପ୍ତମ ପୁରସ୍କାର ୨ ହଜାର ଲୋକଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଥିଲା।କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ସରକାର ଙ୍କ ପକ୍ଷରୁ କୌଣସି ଲଟେରୀ ର ବ୍ୟବସ୍ଥା କରାଯାଇ ନ ଥିବାରୁ ଉପଭୋକ୍ତା ମାନେ ଡାକଘର ଅଭିକତ୍ତା ମାନଙ୍କୁ ପଚାରି ପଚାରି ମୁଣ୍ଡ ଖରାପ କରିଦେଲେଣି।ଅତି ଶୀଘ୍ର ସ୍ଵଳ୍ପସଞ୍ଚୟ ଲଟେରୀ ଆରମ୍ଭ କରିବା ପାଇଁ ଡାକଘର ଉପଭୋକ୍ତା ମହଲରେ ଦାବୀ ହେଉଛି।