କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ଆମପାଣି ପଞ୍ଚାୟତର କନ୍ଦାଗଡ଼ ଠାରେ ଏମ୍ଏମ୍ ସିସି ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଆଜି ଆମପାଣି ଓ ସିଉନୀ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏଥିରେ ସିଉନୀ ଦଳ ବିଜେତା ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ସିଉନୀ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ୮ ଉଇକେଟ ବିନିମୟରେ ୧୩୨ ରନ୍ ସଂଗ୍ରହ କରିଥିଲା। ୧୩୩ ରନ୍ ର ବିଜୟ ଲକ୍ଷ୍ୟ ନେଇ ଆମପାଣି ଦଳ ପଡିଆକୁ ଓହ୍ଲାଇ ଥିବାବେଳେ ମାତ୍ର ୪୨ ରନ୍ ରେ ସମସ୍ତ ଉଇକେଟ ହରାଇ ପରାଜିତ ହୋଇଛି। ହେମନ୍ତ ମାଝୀ ଓ ସୁଶାନ୍ତ ମାଝୀ ଆମ୍ପିଆର ଭାବରେ ରହି ଖେଳ ପରିଚାଳନା କରିଥିଲେ। ସ୍କୋରର ଜ୍ୟୋତି ରଞ୍ଜନ ମାଝୀ ରହିଥିବାବେଳେ ତୁଳସୀ ରାମ ବାଗ ଖେଲର ଧାରାବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଶିକେଶନ ମାଝୀ, ଦୈତାରୀ ମାଝୀ, ଭାସ୍କର ଦଣ୍ଡସେନା, ରାଜ ଧମାଝୀ, ଭଗବାନ ଧ.ମାଝୀ, ମଣ୍ଟୁ ଧ.ମାଝୀ, ଭୁବନେଶ୍ବର ଦିଶାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥି ମାନଙ୍କ ଦ୍ଵାରା ଉଭୟ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଆୟୋଜକ କମିଟିର ଝସକେତନ ମାଝୀ, ବିଷ୍ଣୁ ପ୍ରସାଦ, ଭୁବନେ, ଗୁଣ, ତୁଷାର, ଜୟରାମ, ଅଭୟଙ୍କ ସମେତ ସମସ୍ତ କର୍ମକର୍ତ୍ତା ଖେଳ ପରିଚାଳନାରେ ସହଯୋଗ କରିଥିଲେ।