ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସ୍ଥାନୀୟ ବଜାର ପଡିଆରେ ରବିଧାନ ସଂଗ୍ରହ ପାଇଁ ମଣ୍ଡିକୁ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ହରୀ ମହାନନ୍ଦଙ୍କ କରକମଳରେ ଉଦଘାଟନ ହୋଇଯାଇଛି। ଉକ୍ତ ସମିତି ଅଧିନରେ ଥିବା ମଦନପୁର, ଗୋଛାଡେଙ୍ଗେ, ଅଲାତରା, ଡମ କର୍ଲାଖୁଣ୍ଟାର ଚାରିଟି ପଞ୍ଚାୟତ ର ୫୯୭ ଜଣ ଚାଷୀଙ୍କ ନାମ ପଞ୍ଜିକରଣ କରିଥିବା ଓ ୨୦ ହଜାର କ୍ଯୁଣ୍ଟାଳ ଧାନ ଚାଷୀଙ୍କ ଠାରୁ କ୍ରୟ କରିବା ଧାର୍ଯ୍ୟ ଅଛି ବୋଲି ସମିତି ପକ୍ଷରୁ ସୂଚନା ମିଳିଛି। ଏଥିରେ ମଦନପୁର ପଞ୍ଚାୟତର ନାଏବ ସରପଞ୍ଚ ବିରାଟ ମୁଣ୍ଡ ଛିନା, ଅଞ୍ଚଳ ର ସମାଜ ସେବୀ ସୁଦର୍ଶନ ଦାଣ୍ଡିଆ, ଲଲିତ ହେର୍ଣ୍ଣା, ବୁଦ୍ଧ ଦେବ ସାହୁ, ସମିତି ସମ୍ପାଦକ ରିତେଶ ମହାନନ୍ଦ, ହରିହର ଶର୍ମା, ରଜନୀ ପୁଝାରୀ, ପ୍ରମୁଖ ଯୋଗ ଦେଇଥିଲେ।