କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଶାନ୍ତ ସେନାପତି) : ହାର୍ଡକର ମାଓବାଦୀ ବିଜୟ ପୁନେମ ଏଲିଆସ୍ ଅଜୟ ଆଜି ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମର ବୋଲି ଜଣାପଡିଥିବାବେଳେ ସେ ଦୀର୍ଘ ବର୍ଷ ହେବ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କେଡର ମାଓବାଦୀ ଭାବେ କାର୍ଯ୍ଯ କରୁଥିଲେ। ସେ ୨୦୧୯ ମସିହାରେ ନକ୍ସଲ ସଂଗଠନରେ ମିସିଥିଲେ। ପରେ ଟ୍ରେନିଂ ଶେଷ ହେବା ପରେ ତାକୁ ୨୦୧୪ ମସିହାରେ ନକ୍ସଲ ସଂଗଠନର ଏସିଏମ୍ ଦାୟିତ୍ୱ ମିଳିଥିଲା। ଏବଂ ୨୦୨୪ ମସିହାରେ ତାକୁ ବାଶଧରା-ଘୁମୁସର-ନାଗାବଳୀ ଡିଭିଜନର କ୍ଯଡେର୍ ଦାୟିତ୍ୱ ମିଳିଥିଲା। ବିଜୟ ଛତିଶଗଡ଼, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ବୈଦ୍ଧ , କନ୍ଧମାଳ ଓ ରାୟଗଡାରେ ଘଟିଥିବା ବିଭିନ୍ନ ନକ୍ସଲ ହିଂସାରେ ଜଡିତ ଥିବା ରାୟଗଡା ଏସପି ସ୍ବିଥୀ ଏସ୍ .କମାର ସୂଚନା ଦେଇଛନ୍ତି। ତା ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତାଠାରୁ ଗୋଟିଏ ୯ ଏମଏମ୍ ପିସ୍ତଲ, ୮ରାଉଣ୍ଡ ଅଭୁଟା ଗୁଳି ଗୁଳି, ୱକିଟକି ଓ ଘଣ୍ଟା ଜବତ କରାଯାଇଛି। ତେବେ ଆଜି ସେ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବାବେଳେ ସରକାରଙ୍କ ନକ୍ସଲ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ସ୍ବିଥୀ ଏସ୍ କୁମାରଙ୍କ ସୂଚନା। ଅନ୍ଯପଟେ ନକ୍ସଲ ସଂଗଠନ ଉପରେ ବିମୁଖ ହୋଇ ସେ ଆତ୍ମସମର୍ପଣ କରିଥିବାବେଳେ ଆଗକୁ ନିଜ ସ୍ତ୍ରୀ ଓ ଅନେକ ସାଥୀ ଆତ୍ମସମର୍ପଣ କରିବେ ବୋଲି ମାଓବାଦୀ ବିଜୟ ସୂଚନା ଦେଇଛନ୍ତି।