କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଶାନ୍ତ ସେନାପତି) : କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ମହକୁମାରେ ଥିବା ଗୋପାଳ ଚେଟି ଉପେନ୍ଦ୍ରଙ୍କ ଘରୁ ମାଓବାଦୀ ପରିଚୟ ଦେଇ କଳାକନା ବୁଲାଇ ଡକାୟତ ଘଟଣାରେ ପୂର୍ବରୁ କାଶୀପୁର ବ୍ଲକ ର ଗୋଡ଼ିବାଲି ପଞ୍ଚାୟତର ପଣସଗୁଡା ଗ୍ରାମର ଜାଗାମ ନାୟକଙ୍କ ପୁଅ ଇଶ୍ୱର ନାୟକଙ୍କୁ ଗିରଫ କରି ଥାନା ଆଣି ପଚାରଉଚରା କରିଥିବାବେଳେ ସେ ଚୋରି କରିବାର ସ୍ୱୀକାର କରିବା ପରେ ଗିରଫ କରିଥିଲେ, ଆଜି ଆଉ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି, ଗିରଫ ଦୁଇ ଜଣ ହେଲେ ଶିକରପାଇ ପଞ୍ଚାୟତ ର ଗେମ୍ବାଲି ଗାଙ୍ଗାରାଜୁଙ୍କ ପୁଅ ଚନ୍ଦନ କୁମାର(୩୬)ଓ ବୁଡ଼ାଗୁଡା ପଞ୍ଚାୟତର ଗୁର୍ତ୍ତୁଲି ଗ୍ରାମର କୁମ୍ଭାର ସାହିର ଲେଡି ଭେଙ୍କେଟ ରାବାଣାଙ୍କ ପୁଅ ଲେଡି ସନ୍ତୋଷ କୁମାର(୩୮)ଙ୍କୁ ଗିରଫ କରି କୋର୍ଟ ଚାଳନ କରାଯାଇଛି। ଦମ୍ପତିଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର, ବାଇକ, ସିନ୍ଧୁକ ଲୁଟ ଘଟଣାରେ ପୋଲିସ ତଦନ୍ତ କରିଛି। ବାଇକ ଓ ସିନ୍ଦୁକ ଠାବ କରଯାଇଛି, ଚୋରି ଘଟଣାକୁ ନେଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସଆଇ, ହେମନ୍ତ କୁମାର ବରିହା, ଏସଆଇ ଦିଲୀପ ମାଝୀ, ହାବିଲଦାର କାର୍ତିକ ଶବର ଏକ ଦଳ ନେଇ ଉକ୍ତ ବ୍ଲକ ରେ ବିଭିନ୍ନ ଅଞ୍ଚଳରେ ଛଡାଉ କରିଥିଲେ, ପୂଜାରୀଗୁଡା ପଞ୍ଚାୟତର ପୂଜାରୀଗୁଡା ନିକଟରେ ବାଇକ ଓ ସିନ୍ଦୁକ ମିଳିଥିଲା ଆଉ ଚାରି ଜଣ ନାମରେ ମାମଲା ରହିଥିବା ପୋଲିସ ସୂଚନା ଦେଇଛନ୍ତି। ସମସ୍ତଙ୍କୁ ଗିରଫ କରାଯିବ ସେମାନେ ବର୍ତ୍ତମାନ ଫେରାର ଥିବା ଥାନା ଅଧିକାରୀ ନୀଳକଣ୍ଠ ବେହେରା କହିଛନ୍ତି।