ଧର୍ମଗଡରୁ ଅଜଗର ସାପ ଉଦ୍ଧାର

ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଢଗ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରରୁ ସ୍ନେକ ହେଲ୍ପ ଲାଇନ ତରଫରୁ ବିରାଟ ଅଜଗର ଉଦ୍ଧାର ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଧର୍ମଗଡ ସହରରେ ପ୍ରବଳ ବର୍ଷା ହୋଇ ଥିଲା। ବର୍ଷା ପରେ ଧର୍ମଗଡ ସହରର ସନ୍ତୋଷୀ ନଗର ପଡାବାସୀ ଏକ ବିଶାଳ ଅଜଗର ସାପ ଦେଖି ଭୟଭୀତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ସାପ ଧରାଳି ସ୍ୱାଧୀନ ଦଣ୍ଡସେନାକୁ ଯୋଗାଯୋଗ କରିଥିବାରୁ ସ୍ୱାଧୀନ ନିଜ ସ୍ନେକ ହେଲ୍ପ ଲାଇନର ଟିମ୍ ସହିତ ପହଞ୍ଚି ସାପ ଟିକୁ ଉଦ୍ଧାର କରିଥିଲେ।