ଶୀତଳ ଷଷ୍ଠୀ ଓ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଉତ୍ସବ ଲାଗି ପ୍ରସ୍ତୁତି

ଧର୍ମଗଡ଼/ଜୁନାଗଡ଼(କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଆସନ୍ତା ୧ ଜୁନ ୨୦୨୫ ରେ ଭୀମଖୋଜପଡ଼ା ଶିବ ମନ୍ଦିର ଠାରେ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସ‌ହ ଶୀତଳ ଷଷ୍ଠୀ ପାଳନ ଏବଂ ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମ୍ମାର୍ଦ୍ଧନା ପାଇଁ ନିଷ୍ପତ୍ତି ନିଆଯାଇଛି। ପଣ୍ଡରା ମାଳି ସେବା ସଂଘ ସଭାପତି ଈଶ୍ବର ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୁଳପତି ପ୍ରକାଶଚନ୍ଦ୍ର ବଣିଆ, ପୂର୍ବତନ ଯୁବ ବାହିନୀ ସଭାପତି ଦୁର୍ଗାପ୍ରସାଦ ନାଏକ, ଧର୍ମଗଡ ଏନ.ଏ.ସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ଯୁବ ବାହିନୀ ସମ୍ପାଦକ ଲୋକେଶ ନାଏକ, ବିଷ୍ଣୁ ନାଏକ, ଲୋକେଶ୍ବର ପାରୀ, ବେଣୁ ମଶ୍ରା, ବେଣୁ ଟୋଲଟିଆ, ଧନୁର୍ଜୟ ନାଏକ, ଭୂପତି ବୋଡେକ, ବିନୋଦ ନାଏକ, ଧବଳେଶ୍ବର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ ସମସ୍ତଙ୍କୁ ବହୁ ସଂଖ୍ୟାରେ ଯୋଗଦେଇ ଏହି ଉତ୍ସବକୁ ସଫଳ କରିବାକୁ ଅନୁରୋଧ କରିଛନ୍ତି।