ସିଂହପୁରରେ ଢ଼ଳେଇ ରାସ୍ତା ଖାଲ , ଟିକିଏ ହାଉଲେ ହାଉଲେ ଚାଲ

ବିଞ୍ଝାରପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଗମନା ଗମନର ସୁବିନିଯୋଗ ପାଇଁ ସୁବିଧା କରିଆସିଛନ୍ତି। ଗାଁଠାରୁ ସହର ପର୍ଯ୍ୟନ୍ତ ଲୋକମାନଙ୍କ ଉଦେଶ୍ୟରେ ଯାତାୟାତ କରିବାରେ କୌଣସି ଅସୁବିଧା ଯେପରି ନହୁଏ। ସେଥିପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଗ୍ରାମାଞ୍ଚଳରେ ଢ଼ଳେଇ ରାସ୍ତାର ସ୍ୱପ୍ନ ଦେଖିଥିଲେ।  ତାହା ମଧ୍ୟ ଫଳପ୍ରଦ ହୋଇଥିବାର ଦେଖିବାକୁ ମିଳୁଛି କିନ୍ତୁ ଅସାଧୁ କଂଟ୍ରାକ୍ଟର ମାନେ ଅତି ନିମ୍ନମାନର କାମକରି ବିଲ୍ ହାତେଇବାରେ ସକ୍ଷମ ହୋଇଥାନ୍ତି। ଏହିପରି ଏକ ନମୁନା ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ମୁଖ୍ୟ ବଜାର ଠାରେ ଦେଖିବାକୁ ମିଳୁଛି। ଏହି ରାସ୍ତାଟି ଆଖପାଖ ତିରିଶ, ଚାଳିଶ ଗ୍ରାମ ସିଂହପୁର ସହିତ ଜରି, ନାଉବାଙ୍କ, ଫଳପୁର, ନେମରା, ହଳଦିଡିହ, କୁସୁନପୁର, ବାଙ୍ଗରା , କଣ୍ଡିଆ , ଗୋଡ଼ିଡିହ, ମଲିଆ, ବିଂଝାରପୁର ଇତ୍ୟାଦି। ଏହି ଢ଼ଳେଇ ରାସ୍ତା ଦେଇ କୁନି କୁନି ପିଲାମାନେ ପ୍ରତିଦିନ ସ୍କୁଲକୁ ଆସିଥାନ୍ତି, ଯାହାକି ଏହି ରାସ୍ତା ସ୍କୁଲ ଗେଟକୁ ଲାଗିଛି, ଏହି ଢ଼ଳେଇ ରାସ୍ତା ଦେଇ ଅନେକ ସାଇକେଲ୍, ବାଇକ, ସ୍କୁଟି, କାର୍, ଅଟୋ, ଟ୍ରକ, ଟ୍ରାକ୍ଟର ଓ ମିନିବସ୍ ଯାତାୟତ କରୁଥିବାବେଳେ ଖାଲ ଯୋଗୁଁ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ସାଧାରଣତ ବିଦ୍ୟାଳୟର ଛାତ୍ରଛାତ୍ରୀ, କଲେଜରେ ପଢୁଥିବା ଛାତ୍ରଛାତ୍ରୀ ଏବଂ ବରିଷ୍ଠ ନାଗରିକ ମାନେ ଅଧିକ ଦୁର୍ଘଟଣାରେ ଶିକାର ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏହି ସମସ୍ୟା ପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।