ସୁଣିଲାନି ପ୍ରଶାସନ ; ଯୁବକ କଲେ ରାସ୍ତା ମରାମତି

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାସ୍ତା ସମସ୍ୟା କୁ ନେଇ ବାରମ୍ବାର ଅଭିଯୋଗ ସତ୍ବେ ସରକାର କି ସ୍ଥାନୀୟ ପ୍ରଶାସନ ସୁଣିଲିନି। ଶେଷରେ ରାସ୍ତା ସମସ୍ୟା ସମାଧାନ କଲେ ଯୁବକ। ନିଜ ଉଦ୍ୟମରେ ମରାମତି କଲେ ରାସ୍ତା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ନନ୍ଦଗାଁ ପଞ୍ଚାୟତ ମାଲପଡ଼ାରେ ଏଭଳି ଘଟଣା ଦେଖ‌ିବାକୁ ମିଳିଛି। ଭବାନୀଶଙ୍କର ବଣିଆ ନାମକ ଯୁବକ ଜଣକ ନିଜ ଉଦ୍ୟମରେ ଏବଂ ନିଜ ଖର୍ଚ୍ଚରେ ରାସ୍ତା ମରାମତି କରିଛନ୍ତି। ନନ୍ଦଗାଁ ପଞ୍ଚାୟତ ମଝେନପଦର ଗାଁଠାରୁ ମଣ୍ଡି ଦେଇ ଭାଲୁଡୋବା ରାସ୍ତା ସେ ମରାମତି କରିଛନ୍ତି । ଏହି ରାସ୍ତାରେ ୩ଟି ଗାଁର ଲୋକ ଯାତାୟାତ କରନ୍ତି। ସେହିଭଳି ଏହି ରାସ୍ତା ଉପରେ ପ୍ରାୟ ୧୦୪୦ ଚାଷୀ ମଣ୍ଡି ମଣ୍ଡିରେ ଧାନ ବିକ୍ରି ପାଇଁ ନିର୍ଭର କରନ୍ତି। ପୂର୍ବ ପୂର୍ବ ସରକାର ସମୟରେ ନିର୍ମାଣ ହୋଇଥାବା ଏହି ରାସ୍ତା ଏବେ ମମରଣଯନ୍ତା ପାଲଟିଥିଲା। ଏହାର ମରାମତି ନେଇ ବର୍ସତ୍ତମାନର ସରକାର ଓ ସ୍ଥାନୀୟ ପ୍ରଶାସନକୁ ଲୋକେ ଜଣାଇ ଣାଇଥିଲେ। କେହି ନ ଶୁଣିବାରୁ ଭବାନୀଶ ଶଙ୍କର ନିଜ ହାତ ଖର୍ଚ୍ଚରେ ରାସ୍ତା ରାମତି କରିଛନ୍ତି। ଏହି ରାସ୍ତାକୁ ଜଣେ ଯୁବକ ମରାମତି କରିବା ସରକାରୀ ଯୋଜନା ଏ ରାଜ୍ୟରେ କେତେ କାର୍ଯ୍ୟକାରୀ ହେଉଛି ତାହା ସ୍ପଷ୍ଟ ଜଣାପଡୁଛି।