ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଲେତିଙ୍ଗିଆ ପଞ୍ଚାୟତବାସି। ପିଇଓ ଅନିରୁଦ୍ଧ ବେହେରା ପଞ୍ଚାୟତରେ ମନମୁଖୀ କାର୍ଯ୍ୟ ଚଳାଇ ଛନ୍ତି। ମନରେଗା ଯୋଜନାରେ ନିର୍ମିତ ସ୍କୁଲ ପାଚେରୀ, ଅଙ୍ଗନୱାଡ଼ି ଗ୍ରୁହ, ମାର୍କେଟ ଗ୍ରୁହ ଗୁଡ଼ିକ ପିଇଓଙ୍କ ଅବହେଳା ଯୋଗୁଁ ଅସମ୍ପୂର୍ଣ୍ଣ ହୋଇରହିଛି। କିନ୍ତୁ ଏମ୍ ଜି ଏନ ଆର ଜିଏ ଯୋଜନାରେ କାମ ନ କରି କାମ ହୋଇଥିବା ଦର୍ଶାଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପିଇଓ ହଡ଼ପ କରିଥିବା ସମ୍ୱନ୍ଧରେ ଏକ ଲିଖିତ ଅଭିଯୋଗ ବାଲିଗୁଡ଼ା ଉପଜିଲ୍ଲାପାଳ ରୀନା ପ୍ରଧାନ ଙ୍କୁ ପ୍ରଦାନ କରାଯାଇଛି। ଲେଙ୍ଗିଆ ପପଞ୍ଚାୟତରେ ନିର୍ମାଣ ହୋଇଥିବା ସମସ୍ତ ପ୍ରକଳ୍ପ ଗୁଡ଼ିକୁ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରି ପିଓଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗ୍ରାମବାସି ପ୍ରମଦ ମଲିକ, ପ୍ରଭାକର ବିନ୍ଧାଣି, ମାନସ ରଞ୍ଜନ ନାୟକ ପ୍ରମୁଖ ଦାବି କରିଛନ୍ତି।