ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ୍ ଦଣ୍ଡ

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଦୀର୍ଘ ୭ ବର୍ଷ ପରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି। ସବୁ ପ୍ରମାଣ ଓ ସାକ୍ଷ୍ୟକୁ ଯାଞ୍ଚପରଖିବା ପରେ ଅଭିଯୁକ୍ତ ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ୍ ଦଣ୍ଡ। ୨୦୧୮ ଫେବ୍ରୁଆରି ୨୩ ତାରିଖରେ ରବୀନ୍ଦଙ୍କ ପୁଅ ସୌମ୍ୟ ଶେଖରଙ୍କ ବିବାହରେ ମୃତ୍ୟୁର ତାଣ୍ଡବ ଘଟାଇଥିଲା ପୁଞ୍ଜିଲାଲ। ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ପୁଅ ସୌମ୍ୟ ଶେଖରଙ୍କ ଉପରେ ସାଜିଥିଲା ଦାଉ। ସୌମ୍ୟଙ୍କ ବିବାହ ଭେଟିରେ ପଠାଇଥିଲା ପାର୍ସଲ ଉପହାର। ଯେଉଁଥିରେ ଥିଲା ବିସ୍ଫୋରକ। ଦୁଇ ନବ ବିବାହିତ ଦମ୍ପତିଙ୍କ ସହ ପରିବାର ଲୋକେ ସବୁ ଉପହାର ଖୋଲି ଦେଖୁଥିବାବେଳେ ଏହି ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ସୌମ୍ୟ ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ସୌମ୍ୟଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଦୋଷୀ ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ୍ ଦଣ୍ଡ। ଆଉ ସାହୁ ପରିବାରକୁ ମିଳିଲା ନ୍ୟାୟ ।