ମୁକୁଳା ପଡିଛି ପାଇକପଡା ଅଙ୍ଗନଓ୍ବାଡି ଟ୍ରାନ୍ସଫରର୍ମର

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ବିଭିନ୍ନ ଜାଗାରେ ବିଦ୍ୟୁତ ବିଭାଗ ପକ୍ଷରୁ ଟ୍ରାନ୍ସଫରର୍ମର ମାନ ବସାଯାଇଛି। ହେଲେ ତାହା ର ସୁରକ୍ଷା ବାଡ କିଛି ନାହିଁ। ଫଳରେ ବିଭିନ୍ନ ସମୟରେ ବିପଦପୂର୍ଣ୍ଣ ରହିଛି। ଏଭଲି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ସଦର ମହକୁମା ପାଇକପଡା ଅଙ୍ଗନଓ୍ବାଡି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାମମନ୍ଦିରକୁ ଲାଗି ରହିଛି ବିଦ୍ୟୁତ ବିଭାଗ ଟ୍ରାନ୍ନଫରର୍ମର ଯାହାକି ସୁରକ୍ଷା ବାଡ କିଛି ନାହିଁ, ଫଳରେ ଅଙ୍ଗନ ଓ୍ବାଡି କେନ୍ଦ୍ର କୋମଳମତି ଶିଶୁ ମାନଙ୍କ ଜୀବନ ପ୍ରତି ବିପଦ ସବୁସମୟରେ ରହିଛି। ଏହାକୁ ନେଇ ଅନଙ୍ଗ ଓ୍ବାଡି କର୍ମୀ, ସ୍କୁଲ ପରିଚାଳନା କମିଟି, ରାମମନ୍ଦିର ପରିଚାଳନା କମିଟି ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ ଅଧିକାରୀ। ଯଦି ଆଗାମୀ ଦିନରେ ଟ୍ରାନ୍ସଫର୍ମରରେ ସୁରକ୍ଷା ବାଡ ନ କରନ୍ତି ବିରାଟ ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ପଡାବାସିନ୍ଦା, ସ୍କୁଲ ପରିଚାଳନା କମିଟି ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।