ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଆସି ବଳଦର ମୃତ୍ୟୁ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମଧୁସୂଦନ ଠାକୁର) : କେସିଙ୍ଗା ବ୍ଲକ କଶୃପଡା ପଞ୍ଚାୟତର ସୁକୁନାଭଟା ଗ୍ରାମରେ ଏକ ବଳଦ ଖାଦ୍ୟ ଅନ୍ୱେଷଣ କରୁଥିବାବେଳେ ଗ୍ରାମରେ ଥିବା ଏକ ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଯାଇଛି। ଉକ୍ତ ବଳଦ ଟି ସୁକୁନାଭଟା ଗ୍ରାମର ଡାକ୍ତର ନାଗଙ୍କ ହୋଇଥିବା ବେଳେ ସେହି ବଳଦ ତାଙ୍କ ଅନେକ କାର୍ଯ୍ୟରେ ଆସି ପେଟ ପୋଷଣ କରୁଥିଲା ବୋଲି ଡ଼ାକ୍ତର କହିଛନ୍ତି। ସୂଚନା ମୁତାବକ ଦୀର୍ଘ ଦିନ ଧରି ସୁକୁନାଭଟା ଗ୍ରାମରେ ଉକ୍ତ ମୁକୁଳା ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ପଡି ରହିଥିବାବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ତାର ବାଡ଼ ଦିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବଳଦ ର ମୃତ୍ୟୁ ବିଦ୍ୟୁତ୍ ବିଭାଗ ର ତ୍ରୁଟି ଯୋଗୁଁ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଡାକ୍ତରଙ୍କୁ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।