ସାମ୍ବାଦିକଙ୍କ ସୁରକ୍ଷା ଲାଗି ଓୟୁଜେ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଯାଜପୁର/କ୍ରାନ୍ତିକ୍ଷେତ୍ର (ପ୍ରଦୀପ କୁମାର ମଲ୍ଲିକ) : ରାଜ୍ୟରେ ପୂର୍ବ ସରକାରଙ୍କ କାର୍ଯ୍ୟକାଳ ସମୟରେ ସାମ୍ବାଦିକମାନଙ୍କ ପ୍ରତି ଯେଉଁଭଳି ଆକ୍ରମଣ କରାଯାଉଥିଲା ଠିକ ସେହିପରି ବର୍ତ୍ତମାନର ସରକାରଙ୍କ ସମୟରେ ଚାଲିଲାଣି, ଯେଉଁଭଳି ବଲାଙ୍ଗୀରର କୁଲଥିପାଲି ଠାରେ ସାମ୍ବାଦିକ ବିଜୟ ପ୍ରଧାନଙ୍କ ପ୍ରତି ହୋଇଥିବା ବର୍ବର ଆଚରଣ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା କିଭଳି ବିପନ୍ନ ହୋଇପଡିଛି ଏହା ହେଉଛି ତାହାର ଏକ ନଗ୍ନ ଉଦାହରଣ। ବିଳମ୍ବରେ ହେଲେ ମଧ୍ୟ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପାରିଥିବାରୁ ସଙ୍ଘ ପକ୍ଷରୁ ଅଶେଷ ଧନ୍ୟବାଦ୍ ଜଣାଯାଇଛି। ମାତ୍ର ଓଡ଼ିଶାର ସର୍ବ ବୃହତ ଓ ପୁରାତନ ସାମ୍ବାଦିକ ସଂଘ ଓଡ଼ିଶା ସାମ୍ବାଦିକ ୟୂନିଅନ୍ ଓ ଏହାର ସମସ୍ତ ଜିଲ୍ଲା ଶାଖା ରାଜ୍ୟ ବ୍ୟାପୀ ସାମ୍ବାଦିକଙ୍କ ନିରାପତ୍ତା ନେଇ ଉଦବିଗ୍ନ। ଗିରଫ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ କରାଯିବା ସହ ଛତିଶଗଡ ଓ ମହାରାଷ୍ଟ୍ର ଢାଞ୍ଚାରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପାଇଁ ସଙ୍ଘର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏଥି ସହିତ ରାଜ୍ୟ ସରକାରକୁ ବର୍ଷେ ପୁରିବାକୁ ଯାଉଥିବାବେଳେ ଓୟୁଜେର ମୂଳ ଦାବି, ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ପେନସନ ପ୍ରଦାନ ଓ ୧୬ ବର୍ଷ ଧରି ଶୀତଳ ଭଣ୍ଡାରରେ ଥିବା ସାମ୍ବାଦିକ ଅଧିସ୍ବୀକୃତି କମିଟିର ପୁନର୍ଗଠନ, ଅନୁକମ୍ପା ମୂଳକ ସହାୟତା ରାଶିର ପରିମାଣକୁ ୮ ଲକ୍ଷ ଟଙ୍କାକୁ ବୃଦ୍ଧି ଓ ସ୍ଵାସ୍ଥ୍ୟ ବୀମା ରାଶି କୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ବାବଦରେ ତୁରନ୍ତ ନିଷ୍ପତ୍ତି ନେଇ ଜୁନ ୧୨ ପୂର୍ବରୁ ଘୋଷଣା କରିବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଅରୁଣ କୁମାର ରାଉତରାୟଙ୍କ ସମେତ ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ସାହୁ, ରାଜ୍ୟ ଉପସଭାପତି ରାଜୀବ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ବରିଷ୍ଠ ସଭ୍ୟ ଆଦିତ୍ୟ ମେକାପ, ଅଜୟ ରଣା, ଅଜୟ ରାଉଳ, କୌଶିକ ଦାସ, ମାନସ କୁମାର ଜେନା, ଅକ୍ଷୟ ଦାସ, ସବ୍ୟସାଚୀ ଦାସ, ବିଶ୍ୱଜିତ ଦାସ, ମନୋଜ କୁମାର ଦାସ, ଚିତ୍ତରଞ୍ଜନ ମଲିକ, ବିଶ୍ୱଜିତ ରଣା, ମହେଶ୍ୱର ସାହୁ, ବିଶ୍ୱଭୂଷଣ ଜେନା, ପରମେଶ୍ୱର ପଣ୍ଡା, ମନୋଜ ରଣା, ତପନ କୁମାର ମହାନ୍ତି, ସମରବିଜୟ ଶରଣ, ପରମେଶ୍ୱର ବେହୁରିଆ, ଶୁଭେନ୍ଦୁ ଚାଟାର୍ଜି, ସୁରେନ୍ଦ୍ର ସାମଲ, ବିରଜା ପାଣି, ଅଭିମନ୍ୟୁ ଧଳ, ଦେବପ୍ରସାଦ ସାହୁ , ଶଙ୍କର୍ଷଣ ସାମଲ, ସୁରେନ୍ଦ୍ର ସାମଲ, ପ୍ରଦୀପ ମଲିକ ପ୍ରମୁଖ ଉପସ୍ଥିତ ଥିଲେ।