ନିମ୍ନମାନର କାର୍ଯ୍ୟ ଯୋଗୁଁ ଦବିଲା ବିଜୁ ସେତୁ ପୋଲ

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ସାମୁଏଲ ପ୍ରଧାନ) : ନିମ୍ନମାନର କାର୍ଯ୍ୟ ଯୋଗୁଁ ଦବିଲା ନବନିର୍ମିତ ପୋଲ ପାର୍ଶ୍ୱ ରାସ୍ତା, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଂଚାୟତ ତାଗାକିଆ ଓ ଜାଡିପଡା ଗ୍ରାମରେ। ସୂଚନା ଅନୁଯାୟୀ ବାଲିଗୁଡ଼ା ଆରଡି ବିଭାଗ ପକ୍ଷରୁ ଆର୍ଥିକ ବର୍ଷ ୨୦୨୩/୨୪ ମସିହାରେ ତାଗାକିଆ ଜାତୀୟ ରାଜପଥ ଠାରୁ ଜାଡିପଡା ଗ୍ରାମ ମଧ୍ୟ୍ୟ ଭାଗରେ ବହିଯାଉଥିବା  ନାଳ ଉପରେ ବିଜୁ ସେତୁ ପୋଲ ଏବଂ ରାସ୍ତା ନିର୍ମାଣ ପାଇଁ 3 କୋଟି ରୁ ଉର୍ଦ୍ଧ ଟଙ୍କା ମଞ୍ଜୁରୀ ହୋଇଛି। ଉକ୍ତ ରାସ୍ତା ଏବଂ ବିଜୁ ସେତୁ ଟିକୁ ଏକ ଠିକା ସଂସ୍ଥା ନିର୍ମାଣ ଚଳାଇ ଛନ୍ତି। ତେବେ ସରକାରଙ୍କ ନିୟମ ଅନୁଯାଇ ପୋଲକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ଵରେ ଫିଲଟର ମିଡ଼ିଆ ଏବଂ ବ୍ୟକ୍ ଫିଲିଙ୍ଗ କରିବାର ନିୟମ ରହିଛି। ଉକ୍ତ ଖର୍ଚ୍ଚ ବାବଦକୁ 7ଲକ୍ଷ୍ୟ ରୁ ଆଠ ଲକ୍ଷ୍ୟ ଟଙ୍କା ବ୍ୟୟ ବରଦା ରହିଛି। କିନ୍ତୁ ଠିକାଦାର ଜଣଙ୍କ ଏହା ନ କରି ପିଚୁ ଢଳାଇ ବିଜୁ ସେତୁ କାମ ସାରି ଦେଇ ଛନ୍ତି। ଫଳରେ  ନିର୍ମାଣର ଦୁଇ ମାସ ନପୂରୁଣୁ ପୋଲର ଉଭୟ ପାର୍ଶ୍ୱ ରାସ୍ତା ଦବିଯାଇଛି। ଏବଂ ସରକାରଙ୍କ ନିୟମ ଅନୁଯାଇ ସୂଚନା ଫଳକ ଲଗାଇ ରାସ୍ତା କାର୍ଯ୍ୟ କରିବାର ନିୟମ ରହିଥିବାବେଳେ ଠିକା ଦାର କିନ୍ତୁ କୌଣସି ସୂଚନା ଫଳକ ଲଗାଇ ନାହାଁନ୍ତି। ଉକ୍ତ ରାସ୍ତା କାର୍ଯ୍ୟ ବିଷୟରେ ଯନ୍ତ୍ରୀଙ୍କୁ ପଚାରି ବାରୁ ସେ କହିଛନ୍ତି, ପୋଲର ଉଭୟ ପାର୍ଶ୍ଵ ରାସ୍ତା ଭାଙ୍ଗି ନିୟମ ଅନୁଯାଇ କରିବା ପାଇଁ ଠିକାଦାରକୁ ତାଗିଦ କରିଛି। ତେବେ ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଠିକାଦାର ଜଣଙ୍କ କାହାର ଛତ୍ର ଛାୟା ତଳେ ରହି ସରକାରୀ ଅର୍ଥକୁ ବାଟମାରଣା କରିବାରେ ସକ୍ଷମ ହୋଇ ପାରୁଛନ୍ତି। ଚିଫ କଂଟ୍ରକସନ ବ୍ରହ୍ମପୁର, ଇ ଆଇ ସି, ଆର ଡବ୍ଲୁ ଡି ବିଭାଗୀୟ ସେକ୍ରଟେରି ଏବଂ ଭିଜିଲାନ୍ସ ବିଭାଗ ଉକ୍ତ ଠିକା ଦାରଙ୍କ କନ୍ଧମାଳ ଜିଲ୍ଲାରେ ନିର୍ମାଣ ହେଉ ଥିବା ସମସ୍ତ ପୋଲ ଓ ରାସ୍ତାର ମାନ ପରୀକ୍ଷଣ କରିବା ନିମନ୍ତେ ଅଞ୍ଚଳ ବାସି ଦାବି କରିଛନ୍ତି।