କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କେତେ ଦାବୀ ରାସ୍ତାରୋକ ପ୍ରାୟ ମାସେ ପର୍ଯ୍ୟନ୍ତ ଆମରଣ ଅନଶନ ପରେ ଶେଷରେ ରାଜ୍ୟ ସରକାର ଅନୁଦାନ ପ୍ରଦାନ ଘୋଷଣା ପରେ ରେଳ ବିଭାଗ ପକ୍ଷରୁ କେସିଙ୍ଗା ରେ ରେଳ ଅଣ୍ଡର ବ୍ରିଜ ନିର୍ମାଣ କରାଗଲା। ହେଲେ ଅଣ୍ଡର ବ୍ରିଜ ର ରକ୍ଷଣା ବେକ୍ଷଣ ର ଦାଇତ୍ୱରେ ଥିବା ରେଳ ବିଭାଗ ର ନିରକ୍ଷଣ ଅଭାବରୁ ଟିକିଏ ବର୍ଷା ହେଲେ ଅଣ୍ଡର ବ୍ରିଜ ଗୋଟିଏ ପଟେ ଆଣ୍ଠୁଏ ପାଣି ଜମା ହୋଇ ରହୁଥିବା ବେଳେ ଅନ୍ୟ ପଟେ ବଡ଼ ବଡ଼ ଖାଲ ହୋଇ ରାସ୍ତା ଖରାପ ହେବାରେ ଲାଗିଛି।ଅଣ୍ଡର ବ୍ରିଜ ନିର୍ମାଣ ହେବା ପରେ ଟେକନିକାଲ ଦୋଷ ଦର୍ଶାଇ ରେଳ ବିଭାଗ ୨୪ ଘଣ୍ଟା ଫାଟକ ପକାଇ ରଖିଛି ଫଳରେ ଏନ୍ ଏଚ ୨୬ ଉପରେ ଚାଲୁଥିବା ଛୋଟ ବଡ଼ ଗାଡ଼ି ମଟର ସବୁ ସମୟରେ ଅଣ୍ଡର ବ୍ରିଜ ପଟେ ଯାଇଯାଇ ରାସ୍ତା ଖରାପ ହେବାରେ ଲାଗିଛି କଂକ୍ରିଟ ସବୁ ଫାଟି ଉପର ମୁହାଁ ହେଲାଣି ଅଣ୍ଡର ବ୍ରିଜ ପୋଲ ତଳେ ଏକ ଫୁଟ ମାଟି ଜମି ରହିଛି ମାଟି କଢା ଯାଉନି ନିରୀକ୍ଷଣ ରେ ଆସୁ ନାହାନ୍ତି ନିରୀକ୍ଷଣ ଅଧିକାରୀ।କେବଳ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ଛୋଟ ଛୋଟ ଖାଲ ପାଟି ଦେଇ ନିଜର କର୍ତ୍ତବ୍ୟ ସାରିଦେଉଛି ରେଳ ବିଭାଗ।ଆଗକୁ ବର୍ଷା ଦିନ ଆସୁଛି ଅତି ଶୀଘ୍ର ଅଣ୍ଡର ବ୍ରିଜ ରାସ୍ତା ମରାମତି କରିବା ସହିତ ନିରନ୍ତର ନିରୀକ୍ଷଣ ପାଇଁ ସାଧାରଣ ରେ ଦାବୀ ହେଉଛି।