ଖଟିଆରେ ବୁହା ହୋଇଥିବା ଗର୍ଭବତୀ ମହିଳାଙ୍କ ଗାଁରେ ପହଞ୍ଚିଲେ ବିଧାୟକ

ଝରିଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୁଦେବ ଗଉଡ) : ଗତ ୨୮ ତାରିଖ ଦିନ ରାସ୍ତା ଅଭାବରୁ ଜଣେ ଗର୍ଭବତୀ ମହିଳା ଏକ କିଲୋମିଟରରୁ ଅଧିକ ବାଟ ଖଟିଆରେ ବୁହାହେବା ପରେ ଆମ୍ବୁଲାନ୍ସରେ ମେଡିକାଲ ପହଂଚିବା, ଆମ୍ବୁଲାନ୍ସରେ ପ୍ରସବ ହୋଇ ଶିଶୁପୁତ୍ର ମୃତ୍ୟୁ ଘଟଣା ପ୍ରକାଶ ପାଇବା ପରେ ଝରିଗାଁ ବିଧାୟକ ନରସିଂହ ଭତ୍ରା ଡୁମୁନି ଗୁଡାଗାଁ ର ଗୋଟିପଡ଼ା ଗାଁକୁ ପହଂଚି ଖଟିଆ ବୁହା ହୋଇଥିବା ମହିଳାଙ୍କ ପରିବାର କୁ ଭେଟି ଆଶ୍ୱାସନା ଦେବା ସହ ଗ୍ରାମବାସୀଙ୍କ ସମସ୍ୟା ବୁଝିଥିଲେ। ଏବଂ ଖୁବ ଶୀଘ୍ର ଗାଁ କୁ ରାସ୍ତା ନିର୍ମାଣର ପ୍ରତିଶୃତି ମଧ୍ୟ ଦେଇଥିଲେ। ତା ଛଡା ଗାଁ ର ଯେ କୌଣସି ସମସ୍ୟା ସିଧାସଳଖ ବିଧାୟକଙ୍କୁ ଜଣେଇବା ଲାଗି ପରାମର୍ଶ ଦେଇଥିଲେ। ତେବେ ଡୁମୁନିଗୁଡା ଗାଁ ଠାରୁ ଗୋଟିପଡ଼ା ପର୍ଯ୍ୟନ୍ତ ଦେଢ଼ କିଲୋମିଟର ହେବ ରାସ୍ତାନାହିଁ ଯାହା ଫଳରେ ଗାଁ ଲୋକ ରୋଗୀ ହେଉକି ଗର୍ଭବତୀ ହେଉ ଖଟିଆ ରେ ବୁହା ହେଉଛନ୍ତି। ରାସ୍ତାପାଇଁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ରାସ୍ତା ପହଞ୍ଚି ପାରିନଥିବା ବେଳେ କର୍ଲାପୋଡ଼ା ଠାରୁ ଡୁମୁନିଗୁଡା ପର୍ଯ୍ୟନ୍ତ ହୋଇଥିବା ମନରେଗା ଯୋଜନା ର ମାଟି ମୁରୁମ ରାସ୍ତା ଦୁର୍ନୀତି ହୋଇଥିବା ବିଧାୟକ ନିକଟରେ ଅଭିଯୋଗ କରିଥିଲେ। କେତେକ ସ୍ଥାୟୀ ବାସିନ୍ଧା ରାସ୍ତା ୨୦୨୨-୨୩ ଆର୍ଥିକ ବର୍ଷରେ ନିର୍ମାଣ କରାଯାଇଥିଲା ହେଲେ ସେତେବେଳେ ରାସ୍ତା କାର୍ଯ୍ୟର ବିଲ କରିନଥିବା ବେଳେ ଏବେ ୨୦୨୪/୨୫ ଆର୍ଥିକ ବର୍ଷ ରାସ୍ତା କାର୍ଯ୍ୟ ନକରି ବିଲ ଉଠାଇଥିବା ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ଲୋକେ କର୍ଲାପୋଡ଼ା ଠାରୁ ଡୁମୁନିଗୁଡା ଦେଇ ଗୋଟିପୋଡ଼ା ଗାଁକୁ ଯିବାକୁ ପଡିଥାଏ। ତେବେ ରାସ୍ତା କାର୍ଯ୍ୟର ଦୁର୍ନୀତି ର ଅଭିଯୋଗ କୁ ବିଧାୟକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଗୋଟିପୋଡ଼ା ଗାଁ କିମ୍ବା ବ୍ଲକରେ ରାସ୍ତା ସଂଯୋଗ ହୋଇପାରିନଥିବା ଗାଁ କିଭଳି ରାସ୍ତା ସଂଯୋଗ ହୋଇପାରିବ ତାହାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ତେବେ ଗୋଟିପୋଡ଼ା ଗାଁ କୁ ରାସ୍ତା ନଥିବା ଯୋଗୁଁ ବିଧାୟକ ନରସିଂହ ଭତ୍ରା ଜମି ହିଡ଼ ଦେଇ ଚାଲି ଚାଲି ଗାଁ ରେ ପହଞ୍ଚିଥିଲେ। ଏହି ଗ୍ରସ୍ତ ରେ ସାସଂଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଜେପି ନେତା ବସନ୍ତ ମାଝୀ,ଚିତ୍ରସେନ ତିୱାରୀ,ମହେଶ୍ୱର ତିୱାରୀ, ପଞ୍ଚାନନ ବାବଳୀ, ଗଜେନ୍ଦ୍ର ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।