ଚିକଣାରେ ପୁଅର ମୃତ୍ୟୁର ଚାରି ଦିନ ନପୁରୁଣୁ ବାପା ମୃତ୍ୟୁ

ଯାଜପୁର / କ୍ରାନ୍ତିକ୍ଷେତ୍ର (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ପଞ୍ଚାୟତ ଅଧିନ ବ୍ରାହ୍ମଣୀ ଗାଁର ଅବସରପ୍ରାପ୍ତ ପଶୁ ଚିକିତ୍ସକ ରାମଚନ୍ଦ୍ର ରାଉତଙ୍କ ୬୫ ବର୍ଷରେ ହୃଦଘାତରେ ଦେହାନ୍ତ ହୋଇଯାଇଛି। ସୂଚନା ଥାଉକି ଚାରି ଦିନ ପୂର୍ବରୁ ତାଙ୍କ ପୁତ୍ର ଦେବଦର୍ଶି ବିଶ୍ୱମୋହନ ରାଉତ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିଲା। ଶବ ସତ୍କାର ପରେ ପିତାର ହୃଦଘାତ ହୋଇଥିଲା। ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତତପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଦେହାନ୍ତ ଖବର ପ୍ରଚାରିତ ହେବାପରେ ସମଗ୍ର ବିଂଝାରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ବିଂଝାରପୁର ପୂର୍ବତନ ବିଜେପି ସଭାପତି ଥିଲେ। ଖବର ପାଇ ବିଜେପି ସଭାନେତ୍ରୀ ବବିତା ମଲିକ, ପୂର୍ବତନ ସରପଞ୍ଚ ପ୍ରଦୀପ ମଲିକ, ପୂର୍ବତନ ଅଦକ୍ଷ ପୁରୁଷୋତ୍ତମ ବେହେରା, ପୁର୍ବତନ ସରପଞ୍ଚ ଧୃବଚରଣ ସେଠୀ,ବିଜେପି ନେତା କୁମାର ପାତ୍ର,ଶ୍ରୀଧର ମଲିକ,, ଉତ୍କଳ କିଶୋର ସାହୁ, ଦିବାକର ସାହୁ, ରାଧାଶ୍ୟାମ ସାହୁ, କୈଳାସ ମଲିକ, ବିଜୟ ସାମଲ, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ତାଙ୍କ ଦେହାନ୍ତ ପାଇଁ ଚିକଣା ବଜାର ବନ୍ଦ କରାଯାଇଥିଲା। ପାର୍ଥିବ ଶରୀରକୁ ଗ୍ରାମ ପରିକ୍ରମା କରାଯାଇଥିଲା। ପୁଅ ବହୁ, ଝିଅ ଜ୍ବାଇଁ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।